www.samajalive.in
Saturday, December 6, 2025
23.1 C
Bhubaneswar

ବେଜିଂ ଅଲିମ୍ପିକ କ୍ରୀଡାକୁ କୂଟନୈତିକ ବର୍ଜନ କଲା କାନାଡା

ଟରଣ୍ଟୋ: ବେଜିଂରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୦୨୨ ଶୀତକାଳୀନ ଅଲିମ୍ପିକ କ୍ରୀଡାକୁ କାନାଡା କୂଟନୈତିକ ସ୍ତରରେ ବର୍ଜନ କରିଛି । ତେବେ ଏହାର ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ । ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି ଯେ ବେଜିଂ ଅଲିମ୍ପିକ କ୍ରୀଡାରୁ ଏହାର ଅଧିକାରୀମାନେ ଦୂରେଇ ରହିବେ । ସୂଚନାଯୋଗ୍ୟ ଯେ ଫେବ୍ରୁଆରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କ୍ରୀଡା ପ୍ରତିଯୋଗିତାକୁ କୂଟନୈତିକ ସ୍ତରରେ ବର୍ଜନ କରିବାକୁ ଆମେରିକା ଆହ୍ୱାନ ଦେଇଛି । ଚୀନ ସରକାରଙ୍କ ଦ୍ୱାରା ମାନବାଧିକାରର ଗୁରୁତର ଉଲ୍ଲଂଘନ ପ୍ରତିବାଦରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ କହିଛନ୍ତି ।
ପ୍ରଥମେ ଆମେରିକାର ସୋମବାର ଦିନ ଏହି କ୍ରୀଡାକୁ କୂଟନୈତିକ ସ୍ତରରେ ବର୍ଜନ କରୁଥିବା ବିଷୟ ଘୋଷଣା କରିଥିଲା । ଚୀନର ଜିନଜିଆଙ୍ଗ ଅଞ୍ଚଳରେ ଉଇଗର ମୁସଲମାନଙ୍କୁ ଗଣହତ୍ୟା କରାଯାଉଥିବା ଏବଂ ଚୀନ ସରକାର ବ୍ୟାପକ ମାନବାଧିକାର ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ଆମେରିକା ସରକାର ଏଭଳି ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ନିଜର ଅଧିକାରୀଙ୍କୁ ଅଲିମ୍ପିକ କ୍ରୀଡାକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି କାନାଡା ପକ୍ଷରୁ ଆମେରିକା ଦ୍ୱାରା ଜାରି କରାଯାଇଥିବା ୱାରେଣ୍ଟ ବଳରେ ହୁଆୱିର ପ୍ରତିଷ୍ଠାତାଙ୍କ କନ୍ୟା ମେଙ୍ଗ ୱାନଝୁଙ୍କୁ ଗିରଫ କରାଯିବା ଏବଂ ତାହାର ପ୍ରତି ଜବାବରେ ଚୀନ ସରକାର ଦୁଇଜଣ କାନାଡା ନାଗରିକଙ୍କୁ ଗିରଫ କରିବା ପରେ ଦୁଇଦେଶ ମଧ୍ୟରେ ସଂପର୍କ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି । ଅବଶ୍ୟ ଗତ ସେପ୍ଟେମ୍ବର ମାସରେ ଏହି ତିନିଜଣଙ୍କୁ ମୁକ୍ତ କରାଯିବା ସହିତ ନିଜ ନିଜକୁ ପଠାଇ ଦିଆଯାଇଛି । କିନ୍ତୁ ତାହା ପରବର୍ତ୍ତୀ ସମୟରେ ଦୁଇଦେଶ ମଧ୍ୟରେ ସଂପର୍କ ସ୍ୱାଭାବିକ ହୋଇପାରିନାହିଁ ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories