www.samajalive.in
Saturday, December 6, 2025
23.1 C
Bhubaneswar

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌କୁ କ୍ୟାବିନେଟ ଅନୁମୋଦନ

ସମାଜ ଡିଜିଟାଲ ଡେସ୍କ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ(ଓଏନଓଇ)’ ବିଲ୍‌କୁ ମିଳିଛି କ୍ୟାବିନେଟ ଅନୁମୋଦନ। ଗୁରୁବାର କ୍ୟାବିନେଟରେ ଏହି ବିଲ ଅନୁମୋଦନ ଲାଭ କରିଛି। ଆଗାମୀ ସପ୍ତାହରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବା ସମ୍ଭାବନା ରହିଛି। ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ବିଲ୍‌ ଆଇନରେ ପରିଣତ ହେବ। ଯାହାଫଳରେ ଆଗାମୀ ଦିନରେ ଦେଶରେ ଏକସମୟ​‌​‌ରେ ପର୍ଯ୍ୟାୟକ୍ରମେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ।

ଗତ ସେପ୍ଟେମ୍ବର ମାସରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିଲା। ସାରା ଦେଶରେ ଏକ ସମୟରେ ଲୋକସଭା, ବିଧାନସଭା, ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନ ଆୟୋଜନ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା। ସମସ୍ତ ନିର୍ବାଚନ ୧୦୦ ଦିନ ମଧ୍ୟରେ ସମ୍ପନ୍ନ କରିବାକୁ ଏଥିରେ ପ୍ରାବଧାନ ରହିଛି।

- Advertisement -

କ୍ୟାବିନେଟ ନିଷ୍ପତ୍ତିକ୍ରମେ ପ୍ରସ୍ତାବର ବିଭିନ୍ନ ଦିଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। କମିଟି ପ୍ରସ୍ତାବର ବିଭିନ୍ନ ଦିଗ ଉପରେ ଅଧ୍ୟୟନ କରିବା ପରେ ଏ ସମ୍ପର୍କିତ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲା। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଦେଶ ପାଇଁ ଏକ ଗେମ୍‌ ଚେଞ୍ଜର ହେବ ବୋଲି କମିଟି ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ କହିଥିଲେ। ଏହା ଲାଗୁ ହେବା ପରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧ରୁ ୧.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅର୍ଥନୀତିଜ୍ଞମାନେ ବିଶ୍ଵାସ କରୁଥିବା କୋବିନ୍ଦ କହିଥିଲେ।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories