ଟ୍ରାନ୍ସଫର୍ମର ଜଳିଗଲା

0

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ମେଡିକାଲ ଛକ ନିକଟରେ ଥିବା ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରର ତାର ସୋମବାର ପୂର୍ବାହ୍ନରେ ହଠାତ୍‌ ହୁତୁହୁତୁ ହୋଇ ଜଳିଯାଇଥିବା ସୂଚନା ମିଳିଛି। ଉକ୍ତ ଟ୍ରାନ୍ସଫର୍ମର ଉପରେ ଓଭରଲୋଡ୍‌ ପଡିବା ସହ ଦୁର୍ବଳ  ତାର ଲାଗିଥିବା ଯୋଗୁଁ ଏହା ଘଟିଥିବା ସୂଚନା ମିଳିଛି। ତାର ପରସ୍ପର ମଧ୍ୟରେ ଛନ୍ଦି ହୋଇ ଜଳୁଥିବା ଖବର ପାଇ ପିପିଲି ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଆବଶ୍ୟକ ମରାମତି କରିବା ପରେ ଅପରାହ୍ନରେ ଉକ୍ତ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ଯୋଗାଣ ସମ୍ଭବ ହୋଇଥିଲା।

Leave A Reply