ଭିସୁଟ ଶିକ୍ଷକ ଆନ୍ଦେଳନ ; ୪ ପ୍ରଫେସର ନଳମ୍ୱିତ

 

prayash

ବୁର୍ଲା: ବୁର୍ଲା ଭିସୁଟ କୁଳପତିଙ୍କୁ ବହିଷ୍କାର ଦାବିରେ ଭିସୁଟଶିକ୍ଷକ ସଂଘର ଆନ୍ଦୋଳନ ଗତ ଜୁଲାଇ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ଜୁଲାଇ ମାସ ୨୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରୁପାନ୍ତରିତ ହୋଇଥିଲା। ଭିସୁଟ ଶିକ୍ଷକ ସଂଘ ଦିର୍ଘ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲା ବେଳେ କୁଳପତି ଆନ୍ଦୋଳନ ରତ ଶିକ୍ଷକ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ଅଗଷ୍ଟ ମାସ ୧୦ ତାରିଖରେ ଭିସୁଟର କୁଳପତି ପ୍ରଫେସର ଅଟଳ ଚୌଧିରୀଙ୍କ ପକ୍ଷରୁ କୁଳାଧିପତିଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୁର୍ବକ ଭିସୁଟ ଶିକ୍ଷକ ସଂଘର ସଭାପତି ପ୍ରଫେସର ପୁଷ୍ପରାଜ ଦାସ, ଉପସଭାପତି ଆସିଷ୍ଟାଣ୍ଡ ପ୍ରଫେସର ପାଣ୍ଡବ ପାତ୍ର ଏବଂ ସଂଘର ସମ୍ପାଦକ ଡ. ପ୍ରଦିପ୍ତ କୁମାର ଦାସଙ୍କୁ ନିଳମ୍ବିତ କରିବା ସହିତ ସମୁଦାୟ ୧୫ ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲେ। ପୁଣି ସମୁଦାୟ ୧୨ ଜଣଙ୍କ ମଧ୍ୟରୁ ସୋମବାର ୪ ଜଣଙ୍କୁ କୁଳପତିଙ୍କ ତରଫରୁ ନିଲମ୍ବିତ କରାଯାଇଥିବା ସୁଚନା ହସ୍ତଗତ ହୋଇଛି। ଚାରିଜଣଙ୍କ ମଧ୍ୟରେ ଭିସୁଟର ସିଭିଲ ବିଭାଗର ପ୍ରଫେସର ପି କେ ପ୍ରଧାନ, କମ୍ପ୍ୟୁଟର ଏପ୍ଲିକେସନର ଡଃ ସସ୍ମିତା ପାଢ଼ୀ, ପ୍ରଫେସର ଡ଼ି ଧୁପାଲ୍‍ ଏବଂ କମ୍ପ୍ୟୁଟର ସାଇନ୍ସ ଡଃ ସନ୍ତୋଷ ମାଝୀଙ୍କୁ ପୁଣି ଉକ୍ତ ବିକ୍ଷୋଭ ପ୍ରଦର୍ଶନ ସମୟରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଦର୍ଶାଯାଇ ନିଲମ୍ବିତ କରାଯାଇଥିବା କୁଳସଚିବ ଉପମା କାଲୋଙ୍କ ସୂଚନା ଦେଇଛନ୍ତି । ସେପଟେ ଭିସୁଟ ଶିକ୍ଷକ ସଂଘ ପଞ୍ଜିକୃତ ହୋଇ ନ ଥିବା ନେଇ କୁଳସଚିବଙ୍କ ତରଫରୁ ଏକ ଚିଠି ଜାରି କରିଛନ୍ତି । ଆଗକୁ ଏହି ଭିସୁଟ ଶିକ୍ଷକ ସଂଘ ଆନ୍ଦୋଳନ ଘଟଣା କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଛି ।

kalyan agarbati

Comments are closed.