୬୧ ଅଧ୍ୟାପକଙ୍କ ଦରମା କାଟିଲେ ଭିସୁଟ କୁଳପତି
ବୁର୍ଲା: ବୁର୍ଲା ଭିସୁଟ କୁଳପତିଙ୍କୁ ବହିଷ୍କାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ରୂପ ଧାରଣ କରିଛି। ଆନ୍ଦୋଳନରତ ଅଧ୍ୟାପକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ପର୍ବ ଲାଗିରହିଛି। ଏହି କ୍ରମରେ ବୁଧବାର ୬୧ ଜଣ ଅଧ୍ୟାପକଙ୍କ ୩ ଦିନର ଦରମା କାଟିଛନ୍ତି ଭିସୁଟ କୁଳପତି।ପୂର୍ବରୁ ଅଗଷ୍ଟ ୧୦ ତାରିଖରେ ଭିସୁଟର କୁଳପତି ପ୍ରଫେସର ଅଟଳ ଚୌଧିରୀଙ୍କ ପକ୍ଷରୁ କୁଳାଧିପତିଙ୍କ ନିର୍ଦ୍ଦେଶ କ୍ରମେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପୁର୍ବକ ଭିସୁଟ ଶିକ୍ଷକ ସଂଘର ସଭାପତି ପ୍ରଫେସର ପୁଷ୍ପରାଜ ଦାସ, ଉପସଭାପତି ଆସିଷ୍ଟାଣ୍ଡ ପ୍ରଫେସର ପାଣ୍ଡବ ପାତ୍ର ଏବଂ ସଂଘର ସମ୍ପାଦକ ଡଃ ପ୍ରଦିପ୍ତ କୁମାର ଦାସଙ୍କୁ ନିଳମ୍ବିତ କରିବା ସହିତ ସମୁଦାୟ ୧୫ ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପୁଣି ଗତ ୨୬ ତାରିଖ ଦିନ ସମୁଦାୟ ୧୨ ଜଣଙ୍କ ମଧ୍ୟରୁ ପୁଣି ଚାରିଜଣଙ୍କୁ ପୁଣି କୁଳପତିଙ୍କ ତରଫରୁ ନିଲମ୍ବିତ କରାଯାଇଥିଲା ସେମାନେ ହେଲେ ଭିସୁଟର ସିଭିଲ ବିଭାଗର ପ୍ରଫେସର ପି କେ ପ୍ରଧାନ, କମ୍ପ୍ୟୁଟର ଏପ୍ଲିକେସନର ବିଭାଗର ପ୍ରଫେସର ଡଃ ସସ୍ମିତା ପାଢ଼ୀ, ପ୍ରଫେସର ଡ଼ି ଧୁପାଲ୍ ଏବଂ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡଃ ସନ୍ତୋଷ ମାଝୀ । ଏଠାରେ ସୂଚନାଯୋଗ୍ୟ ଭିସୁଟ ଶିକ୍ଷକ ସଂଘର ଆନ୍ଦୋଳନ ଗତ ଜୁଲାଇ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିଲା। ଜୁଲାଇ ମାସ ୨୫ ତାରିଖରୁ କାର୍ୟ୍ୟବନ୍ଦ ଆନ୍ଦୋଳନରେ ରୁପାନ୍ତରିତ ହୋଇଥିଲା ଏହି ଆନ୍ଦୋଳନ । ଗତ ଜୁଲାଇ ମାସ ୨୫ ତାରିଖରୁ କେବଳ ଗୋଟିଏ ଦାବୀ କୁଳପତିଙ୍କୁ ବହିଷ୍କୃତ କରାଯିବା ଦାବିରେ ଶିକ୍ଷକ ସଂଘ ଅଡ଼ି ବସିଥିଲେ। ଗତ ଜୁଲାଇ ମାସ ୨୫ ତାରିଖରୁ ଚାଲିଥବା କାର୍ୟ୍ୟବନ୍ଦ ଆନ୍ଦୋଳନକୁ ନେଇ ଭିସୁଟର କୁଳସଚିବ ଉପମା କାଲୋଙ୍କ ନିର୍ଦେଶକ୍ରମେ ଏକ ନିର୍ଦ୍ଦେଶନାମା “କାମ ନାହିଁ ତ ଦରମା ନାହିଁ” ଆନ୍ଦୋଳନରତ ଫାକୁଆଲଟି ମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। ଗତ ଜୁଲାଇ ମାସ ୨୫ ତାରିଖରୁ ୨୭ ତାରିଖ ପର୍ୟ୍ୟନ୍ତ ପ୍ରାପ୍ୟ ଦିଆ ନ ଯିବା ପାଇଁ ନିର୍ଦ୍ଦେଶ ନାମା ଭିସୁଟ କୁଳପତିଙ୍କ ନିଦ୍ଦ୍ରେଶ କ୍ରମେ କୁଳସଚିବ ଉପମା କାଲୋଙ୍କ ହସ୍ତାକ୍ଷର ହୋଇଥିବା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ତାଲିକାରେ ୬୧ ଜଣ ଅଧ୍ୟାପକଙ୍କ ନାମ ରହିଥିବା ଦେଖିବାକୁ ମିଳିଛି। ଏହି ଅଧ୍ୟାପକ ମାନଙ୍କ ଉପରେ ନୋ ୱାର୍କ ନୋ ପେ ଲାଗୁ କରାଯାଇଛି। ଏହାକୁ ନେଇ ପୁଣି ଅଧ୍ୟାପକ ମହଲରେ ଏକ ହଟଚମଟ ସୃଷ୍ଟି ହୋଇଛି।
Comments are closed.