www.samajalive.in
Sunday, December 14, 2025
26.1 C
Bhubaneswar

ଭିମସାରରେ ସୁରକ୍ଷା କର୍ମୀଙ୍କୁ ମାଡ଼ : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମେଡ଼ିକାଲ ଫାଣ୍ଡି ଘେରାଉ

ବୁର୍ଲା : ବୁର୍ଲା ଭିମସାର ପରିସରରେ ଗତ କିଛିଦିନ ତଳେ ଡାକ୍ତରଙ୍କୁ ଧମକାଇ ଅଭିଯୁକ୍ତ ଫେରାର ମାରିବା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ମାହୋଲ ସରଗରମ ରହିଛି। ପୁଣି ଭିମସାର କ୍ୟାମ୍ପସରେ ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଘଟଣା ହସପିଟାଲର ସୁରକ୍ଷା ବ୍ୟବସ୍ତା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ହସପିଟାଲରେ ନିୟମିତ ଭାବରେ ଏଭଳି ଧମକ ତଥା ଆକ୍ରମଣ ଘଟଣା ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ସୂଚନା ମୁତାବକ, ଶୁକ୍ରବାର ସଂନ୍ଧ୍ୟା ସମୟରେ ମେଡିକାଲ ମୂଖ୍ୟ ଫାଟକ ସମ୍ମୁଖରେ କିଛି ସୁରକ୍ଷା କର୍ମୀ ନିଜ ଡ୍ୟୁଟିରେ ନିୟୋଜିତ ରହିଥିବା ସମୟରେ ବୁର୍ଲା ସହରର ଜଣେ ଯୁବକ ମେଡ଼ିକାଲ ପରିସରକୁ ପ୍ରବେଶ କରିବାକୁ ଉଦ୍ୟତ ହେଉଥିଲା। ସୁରକ୍ଷା କର୍ମୀଙ୍କ ବାରଣ ପରେ ମଧ୍ୟ ବଳପୁର୍ବକ ସେ ପଶିବାକୁ ଉଦ୍ୟମ କରିଥିଲା। ଏଥିରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ପ୍ରଥମେ ବଚସା ପରେ ଉକ୍ତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଏହାପରେ ସମସ୍ତ ସୁରକ୍ଷା କର୍ମୀ ଏକତ୍ରିତ ହୋଇ ଉକ୍ତ ଯୁବକକୁ ଗିରଫ୍‍ କରିବା ଦାବିରେ ମେଡିକାଲ ଫାଣ୍ଡି ଘେରାଉ କରିଥିଲେ। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଚୁଡାନ୍ତ ହୋଇ ନ ଥିବା ବେଳେ ଥାନାରେ ମଧ୍ୟ ଏତଲା ଦିଆଯାଇ ନ ଥିଲା। ତେବେ ଭିମସାର କର୍ତ୍ତୃପକ୍ଷ ନିଷ୍ପତ୍ତିକୁ ମାନି ଡ୍ୟୁଟି କରୁଥିବା ସୁରକ୍ଷା କର୍ମୀଙ୍କ ଉପରେ ଅକ୍ରମଣ ଘଟଣାକୁ ସଚେତନ ବର୍ଗରେ ନିନ୍ଦା କରାଯାଇଛି। ତେଣୁ ବାରମ୍ବାର ମେଡିକାଲ ପରିସରରେ ଏଭଳି ଘଟଣା ଘଟୁଥିବାରୁ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମାତ୍ରାରେ କଡାକଡି କରିବା ପାଇଁ ଦାବି ହେଉଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories