www.samajalive.in
Saturday, December 6, 2025
19.1 C
Bhubaneswar

ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଅଭିଯୋଗ

ବୁର୍ଲା : ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ। ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ। ଜଣେ ଗୁରୁତର ରୋଗୀଙ୍କ ପାଇଁ ଏକ ୟୁନିଟ୍ ରକ୍ତ ଦାନ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନମୋଲ’ର ପ୍ରତିଷ୍ଠାତା ନୀତିଶ ନାଗ ରକ୍ତ ବ୍ୟାଙ୍କକୁ ଯାଇଥିଲେ। ସେ ଜାଣିବାକୁ ପାଇଲେ ଯେ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଲାଗି ରହିଛି ଏବଂ ଏହି କାରଣରୁ ଅନେକ ରୋଗୀ ଯନ୍ତ୍ରଣା ଭୋଗୁଛନ୍ତି। ସେ ରୋଗୀଙ୍କୁ ଦେଖିଲେ ଯେଉଁମାନେ ଦୂରରୁ ଆସୁଛନ୍ତି ସେମାନେ ରକ୍ତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ରକ୍ତ ଭଣ୍ଡାର ବାହାରେ ମଧ୍ୟ ଶୁଣିଥିଲେ ଯେ, ନିର୍ବାଚନ ପୂର୍ବରୁ ଏବଂ ପରେ ରକ୍ତଦାନ ଶିବିର ସେତେ ମାତ୍ରାରେ ଆୟୋଜନ ହେଉ ନ ଥିବା ଯୋଗୁଁ ରକ୍ତର ଅଭାବ ଲାଗି ରହିଛି। ନିର୍ବାଚନୀ ମହୋଲ ସରଗରମ ହୋଇ ରହିଥିବାବେଳେ ଭିମସାର ରକ୍ତ ଭଣ୍ଡାର ଶିଥିଳ ହୋଇ ଖାଲି ହୋଇ ରହିଥିଲା, ଯାହାକି ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫଳରେ ରକ୍ତ ସଙ୍କଟ ନାହିଁ ନ ଥିବା ସମସ୍ୟା ସୃଷ୍ଟି କରୁଛି।

କାଜୁଆଲିଟି ୱାର୍ଡରେ ରୋଗୀଙ୍କ ପାଇଁ ଶୀଘ୍ର ରକ୍ତ ଆବଶ୍ୟକତା ପୂରଣ ସମୟରେ ଡାକ୍ତରମାନେ ସହାୟତା କରୁନାହାନ୍ତି ଏବଂ ଏହି କାରଣରୁ ରୋଗୀଙ୍କ ସମ୍ପର୍କୀୟମାନେ ୩ ଥର ଆଶୁଚିକିତ୍ସ ବିଭାଗରୁ ରକ୍ତ ଭଣ୍ଡାର ଦୌଡ଼ି ଦୌଡ଼ି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ ସନ୍ଧ୍ୟା ୫ରୁ ୯ଟା ମଧ୍ୟରେ ଦେଖିଲେ କର୍ମଚାରୀଙ୍କ ବଦଳି ହେତୁ କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଏହି ସବୁ କାରଣ ପାଇଁ ପ୍ରଶାସନ ଦାୟୀ ଏବଂ ଏଥିପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ ବୋଲି ନୀତିଶ ନାଗ ଗୁରୁତର ଅଭିଯୋଗ ଆଣିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories