www.samajalive.in
Saturday, December 6, 2025
19.1 C
Bhubaneswar

ଶେଷ ହେଲା ବଜେଟ ଅଧିବେଶନ: ଉଭୟ ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ: ବଜେଟ୍‍ ଅଧିବେଶନର ବୁଧବାର ଥିଲା ଶେଷ କାର୍ୟ୍ୟ ଦିବସ ଓ ଶେଷ ଦିନରେ ରାଜ୍ୟ ସଭାକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି। ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ବିନା ଆଲୋଚନାରେ ଧନ୍ୟବାଦ ପ୍ରସ୍ତାବ ଗୃହର ଅନୁମୋଦନ ଲାଭ କରିଥିଲା। ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍, ୨୦୧୯ ଅସ୍ଥାୟୀ ଖର୍ଚ୍ଚ ଦାବି ବିଲ୍‍, ୨୦୧୯ ବ୍ୟୟବରାଦ ବିଲ୍‍ ଓ ୨୦୧୯ ଅର୍ଥ ବିଲ୍‍ ଉପରେ ମଧ୍ୟ କୌଣସି ଆଲୋଚନା ବିନା ମୌଖିକ ଭୋଟରେ ପାସ୍‍ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟିକୁ ନେଇ ତାଙ୍କ ଉଦ୍‍ଯାପନୀ ଅଭିଭାଷଣରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ମୋଟ ଅଧିବେଶନ କାଳରେ ମାତ୍ର ଶତକଡା ୪ଦଶକମିକ ୯ଭାଗ କାର୍ଯ୍ୟ ହୋଇଛି। ସେହିପରି ଲୋକସଭାରେ ଏସ.ପି. ଓ ଟିଏମସି ସଦସ୍ୟମାନଙ୍କ ଦ୍ୱାରା ହୋ ହାଲ୍ଲା ମଧ୍ୟରେ ଅନିୟନ୍ତ୍ରିତ ଜମା ଯୋଜନା ବିଲ୍‍-୨୦୧୮ ଗୃହରେ ଅନୁମୋଦିତ ହୋଇଥିଲା। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଯେ ଏହି ବିଲ୍‍ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବଲୋକମାନଙ୍କୁ ସୁରକ୍ଷା ଦେବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories