www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ଅନ୍ତରୀଣ ବଜେଟ୍‍

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ୍‍। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଦିନ ୧୧ଟାରେ ଅନ୍ତରୀଣ ବଜେଟ୍‍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏହି ବଜେଟରେ ସବୁବର୍ଗଙ୍କୁ ଖୁସି କରିବା ପାଇଁ ବଡ ଘୋଷଣା କରିବା ଆଶା କରାଯାଉଛି। ଆଉ କିଛି ସମୟ ମଧ୍ୟରେ ସଂସଦରେ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ। ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ବଜେଟରେ କୌଣସି ବଡ ଘୋଷଣା ହେବାର ସମ୍ଭାବନା ନଥିବା ଅର୍ଥନୀତିଜ୍ଞ ମାନେ ଆକଳନ କରିଛନ୍ତି।
ଏହି ବଜେଟରେ ବିଶେଷ କରି ଦରଦାମ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେଇପାରନ୍ତି କେନ୍ଦ୍ର ସରକାର। ପେଟ୍ରୋଲ, ଡିଜେଲ ଦାମ କମାଇବା ଏବଂ ଆୟକରରେ ରିହାତି ଦେବାର ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇପାରେ। ଭିତ୍ତିଭୂମିରେ ଅଧିକ ପୁଞ୍ଜି ନିବେଶ ସହ ଏମଏସଏମଇ ଓ ଷ୍ଟାର୍ଟଅପ୍‍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ କିଛଇ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି। ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories