www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ବଜେଟ୍‌ : କରୋନା ବିପର୍ଯ୍ୟସ୍ତ ଅର୍ଥନୀତି ଆହ୍ବାନପୂର୍ଣ୍ଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏଇ ଦଶନ୍ଧିର ପ୍ରଥମ ବଜେଟ୍‌ ଆଗତ କରିବେ। କେନ୍ଦ୍ର ସରକାରଙ୍କ ୨୦୨୧-୨୨ ବର୍ଷର ସାଧାରଣ ବଜେଟ୍ ସହ ରେଳ ବଜେଟ୍‌ ପୂର୍ବାହ୍ଣ ୧୧ରେ ସଂସଦରେ ଉପସ୍ଥାପନ କରିବେ। କରୋନା ପ୍ରଭାବିତ ଦେଶବାସୀଙ୍କୁ ଆର୍ଥିକ ଆଶ୍ବସ୍ତି ପ୍ରଦାନ ଓ ବିପର୍ଯ୍ୟସ୍ତ ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ବଜେଟ୍‌ରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ନେଇ ଆଶା ପ୍ରକାଶ କରାଯାଇଛି। ବିଶେଷ କରି ନୂଆ ନିଯୁକ୍ତି ସୃଷ୍ଟି, ଗ୍ରାମୀଣ ବିକାଶ, ଟିକଟଦାତାଙ୍କ ହାତକୁ ଅଧିକ ଅର୍ଥ ପ୍ରଦାନ ଉପରେ ସରକାର ଗୁରୁତ୍ବ ଦେବେ ବୋଲି ଆଶା କରାଯାଇଛି। ଜାନୁଆରୀ ୨୯ରୁ ଆରମ୍ଭ ହୋଇଥିବା ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।
ଏଥର ବଜେଟ୍‌ରେ କାହା ପାଇଁ କ’ଣ ରହିବ ସେ ନେଇ ଉତ୍କଣ୍ଠା ବଢ଼ୁଛି। ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ସେମାନଙ୍କୁ ଉଷାସ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି।
କରୋନା ମହାମାରୀରେ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ଭାରତ ଏଦିଗରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛି। ଏଥର ବଜେଟ୍‌କୁ ନେଇ ସାଧାରଣ ଲୋକଙ୍କ ଭିତରେ ଅନେକ ଆଶା ଓ ଉପରେ ଭରସା ରହିଛି। ବିଶେଷ ଭାବେ ଚାଷୀଙ୍କୁ ସହାୟତା, ବ୍ୟବସାୟୀକୁ ନୂତନ ମାର୍ଗଦର୍ଶନ ସହ ଆଶ୍ବସ୍ତି ପ୍ରଦାନ, ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସହାୟତା ଭଳି ବିଭିନ୍ନ ଦିଗ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଇ ବଜେଟ୍‌ରେ ଅନୁକୂଳ ବ୍ୟବସ୍ଥା କରିପାରନ୍ତି।
ଟ୍ୟାକ୍ସ ସ୍ଲାବ୍‌ରେ ଏଥର କୌଣସି ପରିବର୍ତ୍ତନ ହୋଇ ନ ପାରେ। ଏଥର କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସର୍ବବୃହତ୍ ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱଦିଆଯିବା ସମ୍ଭାବନା ରହିଛି। ଚଳିତ ବଜେଟ୍‌ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପାଇଁ ଏକ ଆହ୍ବାନପୂର୍ଣ୍ଣ ବଜେଟ୍ ହେବ। ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନଠୁ ଆରମ୍ଭ କରି ସାଧାରଣ ଜନତା ବଜେଟ୍‌କୁ ନେଇ ଅନେକ ଆଶା ରଖୁଛନ୍ତି। ଛାତ୍ରଛାତ୍ରୀଙ୍କ ଆଶା ହେଉଛି ଏଥରର ବଜେଟ୍‌ ନିଯୁକ୍ତି ଭିତ୍ତିକ ବା ଆୟଭିତ୍ତିକ ହେବା ଦରକାର। କାରଣ ବେକାରୀ ସମସ୍ୟାର ମୁକାବିଲା ଲାଗି ପାଠପଢା ପରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଏଥର ବଜେଟ୍ ନିଯୁକ୍ତି ଭିତ୍ତିକ କରାଯିବା ଉପରେ ଯୁବଗୋଷ୍ଠୀ ଆଶା ରଖିଛନ୍ତି। ଏହାବ୍ୟତୀତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ ଓ ଦର ସ୍ଥିରତା ଲାଗି ଗୃହିଣୀ ମହଲରୁ ଦାବି ହେଉଛି।
ଅନ୍ୟପଟେ ଟିକସ ବ୍ୟବସ୍ଥା ସରଳୀକରଣ ହୋଇଥିବାବେଳେ ନିମ୍ନ ମଧ୍ୟବିତ ଓ ମଧ୍ୟବିତ କରଦାତାଙ୍କ କ୍ଷେତ୍ରରେ ଅଧିକ ଆୟକର ସୀମା ବୃଦ୍ଧି ହେବା ଆଶା ରହିଛି। ତେବେ କରୋନା କାଳର ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁଁ ସରକାର ବଜେଟ୍‌ରେ କି ବ୍ୟବସ୍ଥା କରୁଛନ୍ତି ସେଥିନେଇ ମଧ୍ୟ ଆଶା ଓ ସମ୍ଭାବନା ବଢୁଛି। ଜିଏସଟି କ୍ଷେତ୍ରରେ ମଧ୍ୟ ବିଭିନ୍ନ ବର୍ଗର ବ୍ୟବସାୟୀ ଟିକସ ଦାଖଲ ନେଇ ଅଧିକ ସହଜ ଓ ସରଳୀକରଣ ବ୍ୟବସ୍ଥା ଆଶା ରଖୁଛନ୍ତି। ସେହିଭଳି କରୋନା ଜନିତ ଲକ୍‌ଡାଉନ୍‌ ଓ ସର୍ଟଡାଉନ୍ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଥିବା ରିୟଲ ଇଷ୍ଟେଟ୍‌ ଜଗତ ମଧ୍ୟ ବଜେଟ୍‌ ସେମାନଙ୍କ ଲାଗି କିଛିଟା ଆଶ୍ବସ୍ତି ଆଣିବା ଆଶା ରଖୁଛନ୍ତି। ବୀମା ଓ ବ୍ୟାଙ୍କି କ୍ଷେତ୍ରରେ ମଧ୍ୟ ବଜେଟ୍‌ ଅନେକ ସମ୍ଭାବନାକାରୀ ପଦକ୍ଷେପ ଆଣିପାରେ ବୋଲି ଆଶା ବଢୁଛି। ବୃହତ୍ ଶିଳ୍ପଠାରୁ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ବଜେଟ୍‌ରେ କିଛି ନା କିଛି ରିଆତି ଓ ସୁବିଧା ମିଳିପାରେ। କୃଷି କ୍ଷେତ୍ରକୁ ସରକାର ଆତ୍ମନିର୍ଭର ଭାରତ କ୍ଷେତ୍ରରେ ବିଶେଷ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ଛୋଟ ଛୋଟ ଚାଷୀଙ୍କୁ ଦିଆଯାଉଥିବା ପିଏମ-କିଶାନ କିସ୍ତିକୁ ବଢାଯାଇପାରେ ବୋଲି ସୂଚନା ମିଳୁଛି। ମତ୍ସ୍ୟ, ପଶୁପାଳନ ଆଦି ଆନୁସଙ୍ଗିକ କୃଷିକ୍ଷେତ୍ରରେ ନିଯୁକ୍ତ ଉଦ୍ୟୋଗୀଙ୍କ ଲାଭି ବଜେଟ୍‌ରେ ଋଣ ରିଆତି ଓ ଅନ୍ୟ ସବ୍‌ସିଡି ବ୍ୟବସ୍ଥା ବଢିବା ନେଇ ଆଶା କରାଯାଉଛି।
ଏଥର ମଧ୍ୟ ସାଧାରଣ ବଜେଟ୍‌ ସହିତ ରେଳ ବଜେଟ୍‌ ଏକତ୍ର ମିଶି ଆସୁଥିବାରୁ ନୂତନ ରେଳଲାଇନ୍‌, ଦୋହରୀକରଣ, ପୁରୁଣା କାର୍ଯ୍ୟର ଅଗ୍ରଗତି, ୱାଗନ୍ ଓ ରେଳ ମରାମତି କାରଖାନା, ନୂତନ ଟ୍ରେନ୍‌ ପ୍ରଚଳନ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇପାରେ ବୋଲି ଆଶା କରାଯାଉଛି। ହାଇସ୍ପିଡ୍‌ ଟ୍ରେନ୍ ଆରମ୍ଭ ହୋଇଥିବାବେଳେ ବୁଲେଟ୍‌ ଟ୍ରେନ୍‌ ଏବଂ ବିଭିନ୍ନ ସହରରେ ମେଟ୍ରୋ ଓ ମନୋରେଲ୍‌ ନେଇ କିଛି ନୂତନ ପ୍ରସ୍ତାବ ଲାଗି ଏଥର ରେଳ ବଜେଟ୍‌ରେ ଅର୍ଥ ବରାଦ କରାଯାଇପାରେ ବୋଲି ଆଶା କରାଯାଉଛି। ତେବେ ନିର୍ମଳାଙ୍କ ବଜେଟ୍‌ ପେଡି ଆସନ୍ତାକାଲି ଖୋଲିବା ପରେ ସବୁ ସ୍ପଷ୍ଟ ହେବ। ସେ ପର୍ଯ୍ୟନ୍ତ ଦେଶର ସବୁ ବର୍ଗଙ୍କ ଭିତରେ ଏକପ୍ରକାର ଉତ୍କଣ୍ଠା ବଢିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories