www.samajalive.in
Friday, December 12, 2025
26.1 C
Bhubaneswar

ବୌଦ୍ଧ ଜିଲାରେ ବୁଦ୍ଧ ପୁର୍ଣ୍ଣିମା ପାଳିତ

ବୌଦ୍ଧ  : ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ବୁଦ୍ଧ ପୁର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲାପ୍ରଶାସନ ଓ ବୁଦ୍ଧ ଜୟନ୍ତି କମିଟି ପକ୍ଷରୁ ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଛି । ସକାଳୁ ରାଜପ୍ରାସାଦ ନିକଟରେ ଅବସ୍ଥିତ ବୁଦ୍ଧ ମନ୍ଦିରଠାରେ ଜିଲା ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଜିଲାପାଳ ସତ୍ୟରଂଜନ ସାହୁ, ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞନ ମଦନ ମୋହନ ପାତ୍ର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଅବସରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ଦାଶ, ସୂଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ବୁଦ୍ଧ ଜୟନ୍ତି କମିଟିର ଦେବାଶିଷ ପୁରୋହିତ, ଚିତରଂଜନ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ। ପରେ ଜିଲାପାଳଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ଜିଲାପାଳଙ୍କ କାର୍ଯ୍ୟାଳୟ, ମହାନଦୀ ବିହାର ପାର୍କରେ ସ୍ଥାପିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ପରଗଳପୁର ଓ ଶ୍ୟାମସୁନ୍ଦର ପୁରଠାରେ ଅବସ୍ଥିତ ପ୍ରାଚୀନ ବୁଦ୍ଧ ବିହାର ପରିଦର୍ଶନ କରିଥିଲେ।

ସନ୍ଧ୍ୟାରେ ବୌଦ୍ଧ ସହରରେ ମହାନଦୀର ଚନ୍ଦ୍ରଚୂଡଘାଟଠାରେ ମହାନଦୀ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲାପାଳଙ୍କ ସହିତ ଅନ୍ୟାନ୍ୟ ଅତିଥି ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ବୁଦ୍ଧ ଜୟନ୍ତୀ କମିଟିର ସଂପାଦକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ ପ୍ରଭାସ ଚନ୍ଦ୍ର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ଦାଶ ଯୋଗଦେଇ ଶାନ୍ତି ପ୍ରିୟ ବୌଦ୍ଧଜିଲା ବୁଦ୍ଧଙ୍କ ଅହିଂସା ଶାନ୍ତି ବାର୍ତାର ପ୍ରତୀକ ପାଲଟିଥିବା ପ୍ରକାଶ କରିଥିଲେ। ବୌଦ୍ଧର ପବିତ୍ର ମାଟିରେ ମହାନଦୀ କୂଳରେ ଅନେକ ପ୍ରାଚୀନ ବୌଦ୍ଧ କିର୍ତ୍ତି ରାଜି ମାନ ଶୋଭାପାଉଛି । ସେଥିମଧ୍ୟରୁ ବୌଦ୍ଧ ସହରର ରାଜବାଟି ସମ୍ଭୁଖ ବୌଦ୍ଧ ବିହାର ଠାରେ ଭୂମିସ୍ପର୍ଶ ମୁଦ୍ରାରେ ଥିବା ବୁଦ୍ଧ ମୁର୍ତ୍ତି, ସେହିପରି ରାମଗଡ ପଞ୍ଚାୟତର ମହାନଦୀ କୂଳରେ ପରଗଳପୁର ଓ ସମ୍ପୋଚ ପଞ୍ଚାୟତର ଶ୍ୟାମସୁନ୍ଦରପୁର ଠାରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ରହିଛି। ସେସବୁର ସୁରକ୍ଷା ଓ ପ୍ରଚାର ପ୍ରସାର ହୋଇପାରିଲେ ପର୍ଯ୍ୟଟନ ମାନଚିତ୍ରରେ ଏହି ଜିଲ୍ଲାର ଗରୁତ୍ୱ ଅଧିକ ବୃଦ୍ଧି ପାଇବ ବୋଲି ସଭାରେ ମତପ୍ରକାଶ ପାଇଥିଲା।

- Advertisement -

ପୁରପଲ୍ଲୀରେ ବୁଦ୍ଧ ଜୟନ୍ତୀ 

ବୁଦ୍ଧ ଜୟନ୍ତୀ ଅବସରରେ ଜିଲାର ନାମକୁ ସାର୍ଥକ କରିବାକୁ ଯାଇ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ବୁଦ୍ଧ ଜୟନ୍ତୀ। ହରଭଙ୍ଗା ବ୍ଳକର ପରଗଳପୁର ଓ ଶ୍ୟାମ ସୁନ୍ଦରପୁରଠାରେ ଏବଂ ମଥୁରା ପଞ୍ଚାୟତର କେଳାକଟା ଠାରେ ଥିବା ଭୀମପାହାଡ ଠାରେ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। କମିଟିର ଉପସଭାପତି ସୁରେଶ ସାହୁଙ୍କ ଅଧକ୍ଷତାରେ ସମାଜିକ କର୍ମୀ କୃତିବାସ ପଲିଆଙ୍କ ସଂଯାଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିଭାବେ ବୁଦ୍ଧ ଜୟନ୍ତୀ କମିଟିର ସଂଯୋଜକ ସତ୍ୟ ନାରାୟଣ ହୋତା ଯୋଗଦେଇ ଭଗବାନ ଗୌତମ ବୁଦ୍ଧଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ଉକ୍ତ ଭୀମ ପାହାଡରେ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ। ତତସହିତ ନନ୍ଦନବନ ଇକୋ ପାର୍କ ସହିତ ଏହାକୁ ସଂଯୋଗ କରିବାକୁ ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ମଥୁରା ସରପଞ୍ଚ ପ୍ରଦୀପ କହଁର, ରାଧାନଗର ସରପଞ୍ଚ ଗଣେଶ ବେହେରା, ଉପଦେଷ୍ଟା ଶମ୍ଭୁପ୍ରସାଦ ମହାନନ୍ଦିଆ, ନିରଂଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ବୌଦ୍ଧ ସହରର ବୁଟୁପାଲି ସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଚାସେବୀ ସମିତି ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳନ କରାଯାଇଥିଲା।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories