ବିଏସଏନଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଆସିବ 5G ସିମ୍

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ସରକାରୀ ଦୂରସଞ୍ଚାର କମ୍ପାନୀ ବିଏସଏନଏଲ୍ ଆଗାମୀ ବର୍ଷ ମେ ସୁଦ୍ଧା ଏଲ ଲକ୍ଷ ବେସ୍ ଷ୍ଟେସନ ଜରିଆରେ ଦେଶରେ ବିକଶିତ ୪ଜି ଟେକନିକକୁ ଲାଗୁ କରିବା କାମ ସମ୍ପୂର୍ଣ୍ଣ କରିବ । କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିନ୍ଧିଆ ଜଣାଇଛନ୍ତି କି ଏହା ପରେ ଜୁନ୍ ୨୦୨୫ ସୁଦ୍ଧା ୫ଟି ନେଟଓ୍ବର୍କ ଚାଲିବ ।

prayash

ସେ କହିଛନ୍ତି କି ‘ଏବେ ଆମ ପାଖରେ ଏକ ପ୍ରମୁଖ ରେଡିଓ ଆକ୍ସେସ ନେଟଓ୍ବର୍କ ରହିଛି ଯାହା ସମ୍ପୂର୍ଣ୍ଣ ରୂପେ କାମ କରୁଛି । ଆମ ପାଖରେ ଆଗାମୀ ବର୍ଷ ଏପ୍ରିଲ-ମେ ସୁଦ୍ଧା ଏକ ଲକ୍ଷ ସାଇଟର ଯୋଜନା ରହିଛି । ଗତକାଲି ସୁଦ୍ଧା ୩୮,୩୦୦ ସାଇଟ୍ ଆରମ୍ଭ କରିଦେଇଛୁ ।’ ସେ କହିଛନ୍ତି କି ଆମେ ନିଜ ୪ଜି ନେଟଓ୍ବର୍କ ଆରମ୍ଭ କରିବାକୁ ଯାଉଛୁ ଯାହା ଜୁନ୍ ୨୦୨୫ ସୁଦ୍ଧା ୫ଜିରେ ଚାଲିବ । ଏମିତି କରିଥିବା ଦେଶ ତାଲିକାରେ ଭାରତ ୬ ନମ୍ବରରେ ରହିବ ।

Comments are closed.