www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ମାଟ୍ରିକ ପରୀକ୍ଷା ଫଳ, ଦିନ ୧୦ଟାରେ ଘୋଷଣା କରିବେ ମନ୍ତ୍ରୀ

ଡେସ୍କ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌‌, ମାଧ୍ୟମ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ମାଟ୍ରିକ୍‌‌ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ବୋର୍ଡ଼ ସଭାପତି ରାମାଶିଷ ହାଜରା କହିଛନ୍ତି।

ବୋର୍ଡ ସମ୍ପାଦକ ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଆଜି ପୂର୍ବାହ୍ଣ ୧୦ଟାରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ମଧ୍ୟାହ୍ଣ ୧୨ଟା ସୁଦ୍ଧା ପିଲାମାନେ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ। ଛାତ୍ରଛାତ୍ରୀମାନେ ନିଜ ମୋବାଇଲରୁ OR10କୁ ଏସ୍‌‌.ଏମ୍‌‌.ଏସ୍‌‌. କରି ଏବଂ ନିଜ ରୋଲ୍‌‌ ନମ୍ବର ଟାଇପ୍‌‌ କରି ୫୬୭୬୭୫୦ ନମ୍ବରକୁ ପଠାଇଲେ ପରୀକ୍ଷା ଫଳ ଜାଣିପାରିବେ। ଏଥି ସହ bseodisha.ac.in ୱେବ୍‌‌ସାଇଟ୍‌‌କୁ ଯାଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ମଧ୍ୟ ଜାଣିପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

- Advertisement -

ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ପରୀକ୍ଷା ୨୦ ଯାଏଁ ହୋଇଥିବା ପରୀକ୍ଷାରେ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ପରୀକ୍ଷା ଖାତା ଦେଖାରେ ନିୟୋଜିତ ହୋଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories