www.samajalive.in
Saturday, December 6, 2025
26.1 C
Bhubaneswar

୩୬୯ ପଏଣ୍ଟ ଖସିଲା ସେନ୍‌ସେକ୍ସ

 

ମୁମ୍ବଇ : ଆର୍ଥିକ ଏବଂ ଫାର୍ମା କ୍ଷେତ୍ରର ଷ୍ଟକର ପ୍ରଦର୍ଶନ ଦୁର୍ବଳ ରହିବାର ପ୍ରଭାବ ଆଜି ଘରୋଇ ପୁଞ୍ଜିବଜାର ଉପରେ ପଡିଛି। ଏହା ଫଳରେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୩୬୯ ପଏଣ୍ଟ ହ୍ରାସ ଘଟିଛି। ଆଜି କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ୩୬୯ ପଏଣ୍ଟ ଅର୍ଥାତ୍‍ ୧.୦୨% ହ୍ରାସ ଘଟି ୩୫,୬୫୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ସୋମବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୧୯ ପଏଣ୍ଟ ହ୍ରାସ ଘଟି
୧୦,୬୬୨ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର କାରବାରରେ ଆର୍ଥିକ, ବ୍ୟାଙ୍କିଙ୍ଗ୍‌ ଏବଂ ଫାର୍ମା ଆଦି କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ଏହାଛଡା ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ହେବାକୁ ଥିବା ଉଚ୍ଚସ୍ତରୀୟ ଆଲୋଚନା ନେଇ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ଜାରି ରହିବା କାରବାରକୁ ବେଶ ପ୍ରଭାବିତ କରିଥିଲା। ଆଜି ଏସୀୟ ସମେତ ୟୁରୋପୀୟ ପୁଞ୍ଜି ବଜାର କାରବାରରେ ହ୍ରାସ ଘଟିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories