www.samajalive.in
Wednesday, December 10, 2025
16.1 C
Bhubaneswar

ବଜାରକୁ ଆସିଲା ବିଏସଏର ଏହି ବାଇକ, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ବିଏସଏ ମୋଟରସାଇକେଲ ନିଜ ନୂଆ ରେଟ୍ରୋ-ଷ୍ଟାଇଲ ବିଶିଷ୍ଟ ବାଇକ ଗୋଲ୍ଡ ଷ୍ଟାର ୬୫୦କୁ ଭାରତରେ ବଜାର ପ୍ରବେଶ କରାଇଛି । ଏହି ବାଇକର ଦାମ୍ ୨.୯୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍)ରୁ ଆରମ୍ଭ ହୋଇଥାଏ । ଗୋଲ୍ଡ ଷ୍ଟାର ୬୫୦ ଭାରତରେ ହିଁ ନିର୍ମାଣ ହେଉଛି । ଏହାକୁ ୫ ଅଲଗା ଅଲଗା ରଙ୍ଗର ବିକଳ୍ପ ସହିତ କମ୍ପାନୀ ନେଇଆସିଛି । ଏହାକୁ ଅତି ଆକର୍ଷକ ଭାବେ ପ୍ରସ୍ତୁତ କରାଯାଇଛି । ରାଉଣ୍ଡ ହେଡଲାଇଟଠୁ ଆରମ୍ଭ କରି ଫ୍ୟୁଲ ଟ୍ୟାଙ୍କର ଆକାର ସବୁକିଛି ଏଲିଗେଣ୍ଟ ଡିଜାଇନ୍ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବାଇକ ନାଲି, ସବୁଜ, କଳା, ସିଲଭର ଏବଂ ଫିକା କଳା ରଙ୍ଗରେ ବଜାରକୁ ଆସିବ । ତେବେ ଏହାର ରଙ୍ଗକୁ ନେଇ ଦାମ୍ ଭିନ୍ନ ଭିନ୍ନ ରହିବ ।

ଏଥିରେ ଟେଲିସ୍କୋପିକ୍ ଫୋର୍କ ଓ ଟ୍ବିନ୍ ଶକ୍ ଅବଜର୍ଭର  ସସପେନ୍ସନ ରହିଛି । ସ୍ପୋକ୍ ହ୍ବିଲ୍ସ ସହିତ ଟାୟାର ରହିଛି । ଏଥିରେ ସିଙ୍ଗଲ ଡିସ୍କ ଓ ଡୁଆଲ ଚ୍ୟାନେଲ ଏବିଏସ୍ ଦେଖିବାକୁ ମିଳିଥାଏ । ଏଥିରେ ୬୫୨ ସିସି, ୪ ଭାଲ୍ଭ ସିଙ୍ଗଲ ସିଲିଣ୍ଡର ଲିକ୍ବିଡ କୁଲ୍ଡ ଇଞ୍ଜିନ ମିଳିବ । ଏହି ଇଞ୍ଜିନ ୬୫୦୦ ଆରପିଏମରେ ୪୫ ବିଏଚପି ପାଓ୍ବର ଓ ୪ ହଜାର ଆରପିଏମରେ ୫୫ ଏନଏମ ଟର୍କ ଉତ୍ପନ କରିଥାଏ । ଏଥିରେ ୫ ସ୍ପିଡ୍ ଗିୟରବକ୍ସ ମିଳିବ । ବାଇକର ସର୍ବାଧିକ ଗତି ୧୬୦ କିଲୋମିଟର ପ୍ରତି ଘଣ୍ଟା ରହିବ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories