ଝାଡାବାନ୍ତିରେ ଦମ୍ପତି ମୃତ, ୩ ଗୁରୁତର
ବରଗଡ଼ : ଦୂଷିତ ପାଣି ପିଇ ଝାଡାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଘଟିଛି ଏଭଳି ଘଟଣା । ଦୂଷିତ ପାଣି ପିଇ ଦମ୍ପତ୍ତିଙ୍କ ମୃତ୍ୟୁ ହେବା ସହ ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମୃତକଙ୍କ ପରିବାରର ୩ ଜଣ ମଧ୍ୟ ଗୁରୁତର ହୋଇ ଚିରିତ୍ସିତ ହେଉଛନ୍ତି ପାନୀୟ ଜଳ ଯୋଗାଣ ବିଭାଗ ଓ ଡାକ୍ତରୀ ଟିମ୍ ଗାଁରେ ଥିବା ନଳକୂପର ପାଣି ସଂଗ୍ରହ କରି ପରୀକ୍ଷା କରିବା ପାଇଁ ପଠାଇଥିବା ଗାଁଲୋକେ କହିଛନ୍ତି।
Comments are closed.