www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀରୁ ଅଧକୋଟିର ବ୍ରାଉନସୁଗର ଜବତ, ୨ ଗିରଫ

ତମାଣ୍ଡୋ  : ଚଳିତ ବର୍ଷ ରାଜଧାନୀ‌େ‌ର ପ୍ରଥମ ବ୍ରାଉନସୁଗର ଚୋରା କାରବାର ବେଳେ ୨ ଜଣ ବ୍ୟବସାୟୀଙ୍କୁ କମିସନରେଟ୍‌ ପୁଲିସ ହାତରେ ଧରାପଡିଛନ୍ତି। ବେଶ କିଛି ମାସ ପରେ ବି‌େ‌ଶଷ ସୂତ୍ରରୁ ଖବର ପାଇ କୁଇକ୍‌ ଆକ୍ସ ଟିମ୍(କ୍ବାଟ୍‌) ଓ ତମାଣ୍ଡୋ ଥାନା ପୁଲିସ ମିଳିତ ଭାବେ ତମାଣ୍ଡୋ ଅଞ୍ଚଳରେ ଚଢ଼ଉ କରି ୨ ଜଣ ନିଶା ବେପାରୀଙ୍କଠାରୁ ୫୨୦ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରିଛି। ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ଦୁଇ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଧରାପଡିଥିବା ଦୁଇ ନିଶା ବେପାରି ହେଲେ ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅଞ୍ଚଳର ସେକ୍‌ ନସିମୁଦ୍ଦିନ ଓରଫ ପପୁ(୨୩) ଓ ମଞ୍ଚେଶ୍ବର ଥାନା ରସୁଲଗଡ଼ ରାଉତରାୟ ସାହିର ଚିତ୍ତରଞ୍ଜନ ରାଉତରାୟ(୬୧)। ଶନିବାର ବାଲେଶ୍ବର ଅଞ୍ଚଳରୁ ଏକ ବାଇକ୍‌ ଯୋଗେ ବ୍ରାଉନସୁଗର ଆଣି ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଚଢ଼ଉ କରି ପୁଲିସ ଦୁଇ ଜଣଙ୍କୁ କାବୁ କରିଥିଲା। ସେମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆଣି ସବ୍‌ଡିଲରଙ୍କୁ ବିକ୍ରି କରିଥାନ୍ତି। ଏନେଇ ପୂର୍ବରୁ କ୍ବାଟ୍ ପାଖରେ ସୂଚନା ଥିଲା। ତେଣୁ ଏନେଇ କମିସନରେଟ୍‌ ପୁଲିସ ଜାଲ୍ ବିଛାଇଥିଲା।
ଶନିବାର ସେମାନେ ଜଣେ ଖୁଚୁରା ବ୍ୟବସାୟୀଙ୍କୁ ବ୍ରାଉନ୍‌ସୁଗର ହସ୍ତାନ୍ତର କରିବା ବେଳେ ପୁଲିସ ଚଢ଼ଉ କରିଥିଲା। ଖୋଜାଖୋଜି କରିବା ବେଳେ ସେମାନେ ବ୍ୟବହାର କରୁଥିବା ବାଇକ୍‌ ଡିକିରୁ ଏକାଧିକ ପୁଡିଆ ମିଳିଥିଲା। ସେସବୁକୁ ଯାଞ୍ଚ କରିବା ବେଳେ ତାହା ବ୍ରାଉନ୍‌ସୁଗର ବୋଲି ଜଣାପଡିଥିଲା। ଦୁହେଁ ବାଲେଶ୍ବରରୁ ଏସବୁ ଆଣିଥିବା ସ୍ବୀକାର କରିଛନ୍ତି। ସେମାନଙ୍କ ନିକଟରୁ ୧୧ ହଜାର ନଗଦ ଟଙ୍କା ସହ ଏକ ବାଇକ୍‌ ଜବତ କରାଯାଇଛି। ଦୁହେଁ ବାଲେଶ୍ବର ଓ ଜଳେଶ୍ବରରୁ ବାଇକ୍‌ରେ ଧରି ବିଭିନ୍ନ ରାସ୍ତା ଦେଇ ରାଜଧାନୀକୁ ଆସିଥାନ୍ତି। ସେମାନେ ରାଜଧାନୀର ବିଭିନ୍ନ ଖୁଚୁରା ବ୍ୟବସାୟୀ ବା ସବ୍‌ଡିଲରଙ୍କୁ ବ୍ରାଉନ୍‌ସୁଗର ହସ୍ତାନ୍ତର କରିଥାନ୍ତି। ଚିତ୍ତ ବିରୋଧରେ ମଞ୍ଚେଶ୍ବର, ଏବଂ ବିଭିନ୍ନ ଥାନାରେ ୧୩ଟି ମାମଲା ରହିଛି। ସେଥିରେ ଚୋରା ଗଞ୍ଜେଇ ବ୍ୟବସାୟ, ହତ୍ୟା ଉଦ୍ୟମ ଓ ବନ୍ଧୁକ କାରବାର ଆଦି ମାମଲା ରହିଥିବା ଜଣାପଡିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories