www.samajalive.in
Thursday, December 11, 2025
15.1 C
Bhubaneswar

ସାଢ଼େ ୪ ବର୍ଷରେ ୫୦ କୋଟିର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ବର: ରାଜ୍ୟରେ ନିଶା କାରାବାର ଗତ କିଛି ବର୍ଷ ହେବ ହୁ ହୁ ହୋଇ ବଢ଼ିଚାଲିଛି। ସେହିପରି ନିଶା ବେପାରୀଙ୍କ ସଂଖ୍ୟା ବହୁଗୁଣିତ ହୋଇଛି। ସ୍ବଳ୍ପ ନିବେଶରେ ବହୁତ ଲାଭ ମିଳୁଥିବାରୁ ନିଶା ବେପାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିବାରେ ଲାଗିଛି। କେତେକ ବେପାରୀ ବ୍ରାଉନ୍‌ସୁଗର ଭଳି ମାରାତ୍ମକ ନିଶା ସେବନକାରୀ ବୋଲି ଜଣାପଡିଛି। ଓଡ଼ିଶା ପୁଲିସ ଗତ ୫ ବର୍ଷ ହେବ ନିଶା କାରବାର ବିରୋଧରେ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ନିଶା କାରବାର ଲାଗି ଅପରାଧ ବଢ଼ୁଥିବାରୁ ପୁଲିସ ଏହି ସଂଗଠିତ ଭାବେ ଚାଲୁଥିବା ନିଶା କାରବାରକୁ ରୋକିବା ଲାଗି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗତ ସାଢ଼େ ୪ ବର୍ଷରେ ରାଜ୍ୟରୁ ୫୦ କୋଟି ଟଙ୍କାରୁ ଅଧିକ କେବଳ ବ୍ରାଉନ୍‌ସୁଗର ଜବତ ହୋଇସାରିଲାଣି। ଏହି ସାଢ଼େ ୪ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ କାରଗାରରେ ୨୦୦୦ରୁ ଅଧିକ ନିଶା ବେପାରୀ ଗିରଫ ହୋଇ ସଜା କାଟୁଛନ୍ତି।

ଏକ ପରିସଂଖ୍ୟାନ ଅନୁସାରେ ୨୦୨୦ରେ ସବୁଠାରୁ ଅଧିକ ବା ରେକର୍ଡ ପରମାଣର ବ୍ରାଉନ୍‍ସୁଗର ଜବତ ହୋଇଛି। ୨୦୧୭ରେ ଅପରାଧ ତଦନ୍ତ ଶାଖାର ସ୍ବତନ୍ତ୍ର କାର୍ଯ୍ୟବଳ ମାତ୍ର ୪୧୧ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ୨୦୧୮ରେ ୧କେଜି ୪୫ ଗ୍ରାମ, ୨୦୧୯ରେ ୨କେଜି ୪୭ଗ୍ରାମ, ୨୦୨୦ରେ ୩୫କେଜି ୬୧୬ ଗ୍ରାମ ଏବଂ ୨୦୨୧ଜୁନ୍ ସୁଦ୍ଧା ୯କେଜି ୫୦୭ଗ୍ରାମ ବ୍ରାଉନ୍‍ସୁଗର ଜବତ କରିସାରିଲାଣି। ଏପର୍ଯ୍ୟନ୍ତ ରାଜ୍ୟରୁ ୪୮ କେଜି ୬୨୬ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଯାହାର ମୂଲ୍ୟ ୫୦ କୋଟିରୁ ଅଧିକ ହେବ। ବ୍ରାଉନ୍‌ସୁଗର ଯେତିକି ପରିମାଣରେ ଜବତ ହୋଇଛି ତା’ର ଅନେକ ଗୁଣ ରାଜ୍ୟରେ କାରବାର ହେଉଛି। ତଥାପି ଏହି ଚଢ଼ଉ ହେବା ଫଳରେ ନିଶା କାରବାର ସମ୍ପୃକ୍ତ ବେପାରୀଙ୍କ ମଧ୍ୟରେ ଅନେକ ଛନକା ପଶିଛି। ଗତ ଦେଢ଼ ବର୍ଷ ଭିତରେ ୧୦୩ ନିଶା ବେପାରୀଙ୍କୁ କେବଳ ସ୍ବତନ୍ତ୍ର କାର୍ଯ୍ୟବଳ ଗିରଫ କରି ଅଦାଲତ ଚାଲାଣ କରିଛି। ଏମାନଙ୍କୁ ମିଶାଇଲେ କାରାଗାରଗୁଡ଼ିକରେ ୨୦୦୦ରୁ ଅଧିକ ନିଶା ବେପାରୀ ଅଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories