www.samajalive.in
Wednesday, December 10, 2025
26.1 C
Bhubaneswar

ତୃତୀୟ ଲହରକୁ ଅଧିକ ଘାତକ ହେବାରୁ ରୋକିବ ଟିକାକରଣ

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ। ଶିଶୁମାନେ ଏଥିରେ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଛି। ଏହାକୁ ଏଡ଼ାଇବା ଏବଂ ଶିଶୁଙ୍କ ଚିକିତ୍ସା ନିମନ୍ତେ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଶିଶୁ ଭବନରେ ସ୍ବତନ୍ତ୍ର କୋଭିଡ ଡାକ୍ତରଖାନା ଯୋଜନା ହୋଇଛି। ତେବେ ଏପର୍ଯ୍ୟନ୍ତ ଦ୍ୱିତୀୟ ଲହର ଯାଇନି ଏବଂ ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହିଛି। ତୃତୀୟ ଲହର ଯଦିଓ ଆସିବ କେତେ ପ୍ରଭାବ ରହିବ ତାହା ଏବେଠାରୁ ଆକଳନ କରିବା କଷ୍ଟକର।

ଏହାକୁ ନେଇ ଆର୍‌ଏମ୍‍ଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି, ତୃତୀୟ ଲହରର ପ୍ରଭାବ କେତେ ରହିବ ତାହା ନିର୍ଭର କରୁଛି ଦ୍ୱିତୀୟ ଲହର ଉପରେ। ଦ୍ୱିତୀୟ ଲହରରେ କେତେ ଲୋକଙ୍କୁ ଟିକାକରଣ କରାଯାଇ ପାରିଛି ଏବଂ ଲୋକଙ୍କ ଶରୀରରେ କେତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ତାକୁ ଦେଖିବାକୁ ପଡ଼ିବ। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ କିଛି ମାତ୍ରାରେ ଶିଶୁ ସଂକ୍ରମିତ ହୋଇଥିବା କୁହାଯାଉଛି। ବେଶି ସଂକ୍ରମିତ ନ ହେବାର କାରଣ ଶିଶୁମାନେ ଘରେ ରହିଛନ୍ତି। ବିଦ୍ୟାଳୟ ବନ୍ଦ ରହିଛି। ଆଗକୁ ତାଲାବନ୍ଦ ଖୋଲିବ। ଶିଶୁମାନେ ବାହାରକୁ ଆସିବେ।

- Advertisement -

ଏଣେ ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଟିକା ବାହାରି ପାରିନି। ତେଣୁ ତୃତୀୟ ଲହରରେ ଅଧିକାଂଶ ଶିଶୁ ସଂକ୍ରମିତ ହେବେ ବୋଲି କୁହାଯାଇଛି। କିନ୍ତୁ ତୃତୀୟ ଲହରରେ କେଉଁମାନେ ଅଧିକ ସଂକ୍ରମିତ ହେବେ ତାହା ଏବେଠୁ କୁହାଯାଇ ପାରିବ ନାହିଁ ବୋଲି ଡା. ପତି କହିଛନ୍ତି। ମହାମାରୀ ମାନେ ସମସ୍ତ ବର୍ଗର ଲୋକ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଗଲେ ତୃତୀୟ ଲହର ଆମ ପାଇଁ ଘାତକ ହେବ ନାହିଁ। ଆକ୍ରାନ୍ତ ଗୁରୁତର ହେବା ନିର୍ଭର କରୁଛି ଶରୀରରେ ଭୂତାଣୁର ମାତ୍ରା। ସଂକ୍ରମିତ ସହିତ କେତେ ସମୟ ବିତାଇଛି। ସେହି ଅନୁସାରେ ଭୂତାଣୁ ମାତ୍ରା ଶରୀରରେ ଜଣାପଡ଼ିଥାଏ। ଶରୀରରେ ଭୂତାଣୁ ମାତ୍ରା ଅଧିକ ରହୁଥିଲେ ଗୁରୁତର ହେବା ସମ୍ଭାବନା ଅଧିକ। ଏନେଇ ଭୁବନେଶ୍ୱର ଏମ୍‌ସର ପୂର୍ବତନ ନିର୍ଦେଶକ ପ୍ରଫେସର ଡା. ଅଶୋକ ମହାପାତ୍ର କହିଛନ୍ତି, ଦ୍ୱିତୀୟ ଲହର ଏ ପର୍ଯ୍ୟନ୍ତ ଯାଇନାହିଁ। କାହିଁକି ତୃତୀୟ ଲହର ଆସିବା କଥା ଚିନ୍ତା କରାଯାଉଛି। କୁହାଯାଉଛି ସଂକ୍ରମଣ କମୁଛି। ବର୍ତ୍ତମାନ ପରିସ୍ଥିତି କହୁଛି ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହିଛି। ଦୈନିକ ୭ରୁ୯ ହଜାର ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲୋକେ ଆହୁରି ସଚେତନ ହେବା ଦରକାର। ପ୍ରଥମ ଲହର ଡିସେମ୍ବର ମାସ ବେଳକୁ କମି ଆସିଥିଲା। ୪ମାସ ପରେ ଦ୍ୱିତୀୟ ଲହର ଆସିଲା। ସେମିତି ଦ୍ୱିତୀୟ ଲହର ଯିବା ପରେ କେତେ ମାସରେ ତୃତୀୟ ଲହର ଆସିବ ତାକୁ ଅନୁଧ୍ୟାନ କରିବାକୁ ପଡ଼ିବ। ଟିକାକରଣ ଉପରେ ଗୁରୁତ୍ୱ ଦିଆଗଲେ ତୃତୀୟ ଲହର ଘାତକ ସାଜିବ ନାହିଁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories