www.samajalive.in
Wednesday, December 10, 2025
26.1 C
Bhubaneswar

ଡାକ୍ତରଖାନା ହେଲା ୧୩୫ ବର୍ଷର କାରାଗାର

ହାଇଦରାବାଦ: ତେଲଙ୍ଗାନାର ୱାରାଙ୍ଗଲସ୍ଥିତ ନିଜାମ ଶାସନ ଅମଳର ପୁରାତନ କାରାଗାରକୁ ରାଜ୍ୟ ସରକାର କରୋନା ଡାକ୍ତରଖାନାରେ ପରିଣତ କରିବାକୁ ଯାଉଛନ୍ତି। ପ୍ରାୟ ୬୯ ଏକର ଜମିରେ ଅବସ୍ଥିତ ଏହି କାରାଗାର ଜମି ଓ ଘରକୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି। ଏଠାରେ ବର୍ଷକ ମଧ୍ୟରେ ଏକ ସୁପର ସ୍ପେସିଆଲିଟି ଡାକ୍ତରଖାନା ପ୍ରତି​‌ଷ୍ଠା କରାଯିବ। ଏଥିପାଇଁ ଏଠାରେ ଥିବା ସମସ୍ତ ବନ୍ଦୀଙ୍କୁ ହାଇଦରାବାଦର ଚେର୍ଲାପାଲି କାରାଗାରକୁ ସ୍ଥାନାନ୍ତର କରାଯାଉଛି। ଏଠାରେ ଅବସ୍ଥାନ କରୁଥିବା ୩୯ ମହିଳାଙ୍କ ସମେତ ୧୧୯ କଏଦୀ ନିଜନିଜର ଜିନିଷପତ୍ର ସହିତ କଡ଼ା ସୁରକ୍ଷା ବ୍ୟବସ୍ଥାରେ ବସ୍‌ ଯୋଗେ ପ୍ରାୟ ୩ଘଣ୍ଟାର ଯାତ୍ରା ପରେ ଚେର୍ଲାପାଲି କାରାଗାରରେ ପହଞ୍ଚାଯାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତ ୯୬୬ କଏଦୀଙ୍କୁ ରାଜ୍ୟର ବିଭିନ୍ନ କାରାଗାରକୁ ସ୍ଥାନାନ୍ତର କରାଯିବ। ଏହି କଏଦୀଙ୍କ ମଧ୍ୟରେ ବହୁ ରାଜନୈତିକ ବ୍ୟକ୍ତି ଓ ଆତଙ୍କବାଦୀ ଅଛନ୍ତି।

ପ୍ରାୟ ଏକ ହଜାର କଏଦୀଙ୍କୁ ଶୃଙ୍ଖଳିତ ଭାବେ ସ୍ଥାନାନ୍ତର କରାଯିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି କାରାଗାର ବିଭାଗ ପୁଲିସ ମହାନିର୍ଦେଶକ ରାଜୀବ ତ୍ରିବେଦୀ। ଉତ୍ତର ତେଲଙ୍ଗାନାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ ଲକ୍ଷ୍ୟରେ ଏହି କାରାଗରକୁ ଡାକ୍ତରଖାନାରେ ପରିଣତ କରିବା ପାଇଁ ଗତ ମାସରେ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କ୍ୟାବିନେଟ୍‌ରେ ଏହା ଅନୁମୋଦିତ ହୋଇଥିଲେ। ୱାରାଙ୍ଗଲ କାରାଗାରରେ ବହୁ ଶିଳ୍ପ ରହିଛି। ଏଠାରେ ପ୍ରସ୍ତୁତ ଗାଲିଚା (କାର୍ପେଟ୍‌)ର ଖୁବ୍‌ ଚାହିଦା ରହିଛି। ସମସ୍ତ ଶିଳ୍ପ ସରଞ୍ଜାମ ଓ ଯନ୍ତ୍ରପାତିକୁ ମଧ୍ୟ ଅନ୍ୟତ୍ର ଉପଯୋଗ କରାଯିବା ଯୋଜନା ହୋଇଛି। ପରବର୍ତ୍ତୀ ସମୟରେ ନୂଆ କରାଗାର ସ୍ଥାପନ ହେଲେ ସେଠାରେ ଏଗୁଡ଼ିକ ସ୍ଥାପନ କରାଯିବ ବୋଲି ତ୍ରିବେଦୀ କହିଛନ୍ତି। ସୂଚନାଯୋଗ୍ୟ ଯେ ହାଇଦରାବାଦର ଗାନ୍ଧୀ ହସ୍ପିଟାଲକୁ କରୋନା ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଇଛି। ମୁଶିରାବାଦଠାରେ ଥିବା ୮୮ବର୍ଷର କାରାଗରକୁ ଭଙ୍ଗାଯାଇ ୨୦୦୩ରେ ଏହି ନୂଆ କାରାଗାର ପ୍ରତିଷ୍ଠା ହୋଇଥିଲା।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories