www.samajalive.in
Sunday, December 14, 2025
26.1 C
Bhubaneswar

ନଦୀ ଗଣ୍ଡରେ ବୁଡି ଭାଇ ଭଉଣୀ ମୃତ, ଅଳ୍ପକେ ବର୍ତ୍ତିଲେ ମା’

ମୋହନା: ମା’ ଆଖି ଆଗରେ ଚାଲିଗଲା ପୁଅ ଝିଅଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲା ମୋହନା ବ୍ଳକରେ ଘଟିଛି । ମୃତ ଭାଇ ଓ ଭଉଣୀଙ୍କ ହେଉଛନ୍ତି କଟମା ଅଞ୍ଚଳର ବିଷ୍ଣୁ ଶୁଆଳ ସିଂହ (୩) ଏବଂ ସୌମ୍ୟା ଶୁଆଳ ସିଂହ (୬) । ମଙ୍ଗଳବାର ଉଭୟ ଭାଇ ଓ ଭଉଣୀ ମା’ ବାପାଙ୍କ ସହ ପିଉସୀ ଘର ମୋହନା ବ୍ଳକ୍ ଅନ୍ତର୍ଗତ କଣ୍ଟେଇକୋଳି ପଠାଣ ସାହିକୁ ବୁଲି ଆସିଥିଲେ । ଗୁରୁବାର ନଦୀରେ ବୁଡି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି ।

ଆଜି ସକାଳ ୮ଟା ମା’ ମୁରିଅମ ଶୁଆଳ ସିଂହଙ୍କ ସହ ଭାଇ ଓ ଭଉଣୀ ସ୍ଥାନୀୟ ଶିବ ମନ୍ଦିର ନିକଟରେ ଥିବା ହରଭଙ୍ଗୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ୬ ବର୍ଷର ଝିଅ ସୌମ୍ୟା ପ୍ରଥମେ ନଦୀର ଗଣ୍ଡ ମଧ୍ୟକୁ ଚାଲିଯାଇଥିଲା । ଝିଅ ଗଣ୍ଡରେ ବୁଡି ଯାଉଥିବା ଦେଖି ମା ଉଦ୍ଧାର ପାଇଁ ଯାଇଥିଲେ । ମା ପଛେ ପଛେ ୩ ବର୍ଷର ପୁଅ ବିଷ୍ଣୁ ଶୁଆଳ ସିଂହ ଗଣ୍ଡ ମଧ୍ୟକୁ ପଳାଇଥିଲେ । ଏହି ସମୟରେ ଗଣ୍ଡରେ ୫ ଫୁଟ୍ ରୁ ଅଧିକ ପାଣି ଥିବାରୁ ମୃତ୍ୟୁ ମୁଖରୁ ମା’ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ପୁଅ ଓ ଝିଅକୁ ଉଦ୍ଧାର କରିପାରି ନଥିଲେ । ଚାହୁଁ ଚାହୁଁ ମା’ ଆଖି ସାମ୍ନାରେ ଦୁଇ ଛୁଅାଙ୍କ ବୁଡି ଯାଇଥିଲେ । ଖବର ପାଇ କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡ ମଧ୍ୟରୁ ଭାଇ ଭଉଣୀଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାଇକ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ନିବେଦିତା ପଣ୍ଡା ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଶବବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories