ସକାଳ ଜଳଖିଆ ସଭିଁଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏପରି କେତେକ ଖାଦ୍ୟ ରହିଛି। ଯାହାକୁ ସକାଳେ ଖାଲି ପେଟରେ ଖାଇବା ଉଚିତ ନୁହେଁ। ଖାଲି ପେଟରେ ସେହି ଖାଦ୍ୟ ସେବନ ଦ୍ୱାରା ପେଟ ଜନିତ ଅନେକ ସସମ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ସେଭଳି କିଛି ଖାଦ୍ୟ ବିଷୟରେ…..
ସକାଳେ ଖାଲିପେଟରେ ମସଲା,ରାଗ,ଛଣାଛଣି ଜିନିଷ ଖାଇବା ଦ୍ୱାରା ବଦହଜମି,ପେଟରେ ଜଳାପୋଡା ଭଳି ସମସ୍ୟା ହୋଇଥାଏ।
ଖାଲିପେଟରେ ସିଧାସଳଖ କୌଣସି ଫଳ ରସ ପିଇବା ଉଚିତ ନୁହେଁ। ଏହା ଯକୃତ ଉପରେ କୁପ୍ରଭାବ ପକାଇଥାଏ।
ଖାଲିପେଟରେ ଦହିର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।
ଖାଲିପେଟରେ ନାସପାତି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ସୃଷ୍ଟି ହୋଇଥାଏ।
ଖାଲିପେଟରେ ଖଟାଫଳ ଖାଇବା ଦ୍ୱାରା ହଜମ କ୍ର୍ରିୟା ଉପରେ କୁପ୍ରଭାବ ପକାଇଥାଏ। ଖାଦ୍ୟ ହଜମ ହେବାରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ।
ଖାଲିପେଟରେ ସାଲାଡ କିମ୍ବା ଅନ୍ୟ କୌଣସି ପ୍ରକାର କଞ୍ଚା ପନିପରିବା ସେବନ କରିବା ଉଚିତ ନୁହେଁ। ଏହାଦ୍ୱାରା ମଧ୍ୟ ପେଟରେ ଯନ୍ତ୍ରଣା ଓ ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।
କଫି ପିଇବା ମଧ୍ୟ ଖାଲିପେଟରେ ଅନୁଚିତ। ସକାଳେ ବିଛଣା ତ୍ୟାଗର ୨ ଘଣ୍ଟା ମଧ୍ୟରେ ଜଳଖିଆ ସେବନ କରିବା ନିତାନ୍ତ ଆବଶ୍ୟକ।



