www.samajalive.in
Wednesday, December 10, 2025
16.1 C
Bhubaneswar

ସାମ୍ବାଦିକ ପରିଚୟ ଦେଇ ପୁଲିସକୁ ବ୍ଲାକମେଲ

ବ୍ରଜରାଜନଗର : ଲକ ଡାଉନ ଉଲଙ୍ଘନକାରୀ ମାନେ ନୂଆ ନୂଆ ତରିକାରେ ପୋଲିସକୁ ଭୁଆଁ ବୁଲାଇବାରେ ଲାଗିଛନ୍ତି। ବୁଧବାର ସନ୍ଧ୍ୟାରେ ଜଣେ ହାଇ ପ୍ରୋଫାଇଲ ମହିଳା ତାଲା ବନ୍ଦକୁ ଅମାନ୍ୟ କରି ଓଲଟା ପୁଲିସ ଉପରେ ହୁକୁମାତି ଚଳାଇବାର ଘଟଣାକୁ ମାତ୍ର କେଇ ଘଣ୍ଟା ବିତିଥିଲେ ହେଁ ଶୁକ୍ରବାର କିଛି ଅସାମାଜିକ ବ୍ୟକ୍ତି ନିଜକୁ ସାମ୍ବାଦିକ କହି ଗାନ୍ଧିଛକ ଫାଣ୍ଡିରେ ଗାଡି ରଖି ଦାଦାଗିରି ଚଳାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଘଟଣାରୁ ପ୍ରକାଶ ଯେ, ଆଜି ଦୁଇ ଜଣ ବ୍ୟକ୍ତି ଗାନ୍ଧି ଛକ ଫାଣ୍ଡିରେ ବାଇକ ରଖି ବାହାରକୁ ଚାଲି ଯାଇଥିଲେ। ହେଲେ ବାଇକଟି ଫାଣ୍ଡି ଭିତରେ ଥିବାରୁ ସବୁ ଦାଇତ୍ୱ ପୁଲିସର ତେଣୁ ପୁଲିସ ଉଭୟଙ୍କୁ ପରିଚୟ ମାଗିଥିଲେ। ହେଲେ ଏତିକିରେ ଉଭୟ ବ୍ୟକ୍ତି ନିଜକୁ ସାମ୍ବାଦିକ କହି ପୁଲିସ ସହିତ ଉଚ୍ଚବାଚ କରି ପୁଲିସର ବଡ଼ ବଡ଼ିଆଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଥିବାର ଧମକ ଦେଇଥିଲେ। ସାମ୍ବାଦିକର ପରିଚୟ ପ୍ରଦାନ କରୁଥିବା ଦୁଇ ବ୍ୟକ୍ତି ନିଜର ସୀମା ଟପୁଥିବାର ଦେଖି ପୁଲିସ ଉଭୟଙ୍କୁ କ୍ଷମା ମାଗି ନେଇଥିଲା। ହେଲେ ଘଟଣା ଏତିକିରେ ସରିନଥିଲା ସାମ୍ବାଦିକ ପରିଚୟ ଦେଇଥିବା ୨ ଭଦ୍ର ବ୍ୟକ୍ତି ବାହାରକୁ ଯାଇ ଆଉ ଜଣେ ବ୍ୟକ୍ତିଙ୍କୁ ଫାଣ୍ଡିକୁ ଆଣି ଅଞ୍ଚଳର ଜଣେ ବରିଷ୍ଠ ସାମ୍ବାଦିକ ବୋଲି ପୁଲିସ ଆଗରେ ନିଜର ଦବଦବା ଜାହିର କରିଥିଲେ। ଆଉ ସେହି ବରିଷ୍ଠ ସାମ୍ବାଦିକ ଜଣକ ସାରା ଫାଣ୍ଡି ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ବିଭାଗରେ ତାଙ୍କରି ହୁକୁମତି ଚଳୁଥିବାର ଭୟ ଦେଖାଇବାର ସହିତ କେତେକ ସ୍ଥାନୀୟ ସାମ୍ବାଦିକ ତାଙ୍କରି ଅଧୀନରେ କାମ କରୁଥିବାର ଫୁଟାଣି ମାରି ଚାଲିଯାଇଥିଲେ। ଗରିବ ଖଟିଖିଆ ଲୋକେ ଲକ ଡାଉନକୁ ମୁଣ୍ଡପାତି ସହଯୋଗ କରୁଥିବା ବେଳେ କିଛି ବଡ଼ ବଡ଼ିଆ ଓ ତାଙ୍କରି ଚାଟୁକରମାନେ ସରକାରଙ୍କ ନିୟମକୁ ଉଲଂଘନ କରି ନିଜ କାମରେ ବ୍ୟସ୍ତ ଥିବା ପୋଲିସ ପ୍ରଶାସନ ଉପରେ ରୋବାଵ ଝାଡୁଛନ୍ତି। ଘଟଣାର ତଦନ୍ତ କରାଯିବା ସହିତ ସାମ୍ବାଦିକ ବୋଲାଉଥିବା ୩ ଜଣ ବ୍ୟକ୍ତି କିଏ? ଯଦିଓ ସେମାନେ ପ୍ରକୃତରେ ସାମ୍ବାଦିକ ତେବେ ସେମାନେ ନିଜର ଆଚାର ବ୍ୟବହାରରେ ସଂଯମତ ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories