www.samajalive.in
Saturday, December 6, 2025
19.1 C
Bhubaneswar

ବିପିୟୁଟି ପରୀକ୍ଷା ବାତିଲ ଦାବି; ରାଜ୍ୟପାଳଙ୍କୁ ଛାତ୍ରଛାତ୍ରୀଙ୍କ ଦାବିପତ୍ର

କଳାପଥର(ବାଙ୍କୀ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ନିମନ୍ତେ ଯେଉଁ ନିୟମ ନିର୍ଦ୍ଧାରଣ କରିଛନ୍ତି ତାହାକୁ ଏଠାରେ ବିରୋଧ କରାଯାଇଛି। ଏହି ମର୍ମ୍ମରେ ବାଙ୍କୀ ଅଞ୍ଚଳର କେତେକ ଛାତ୍ରଛାତ୍ରୀ ସରକାରୀ ନିଷ୍ପତିର ବିରୋଧ କରି ବାଙ୍କୀ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଛି।

ଦାବୀ ପତ୍ରରେ ଛାତ୍ରଛାତ୍ରୀମାନେ ଦର୍ଶାଇଛନ୍ତି, ବିପିୟୁଟି ଅଧିନରେ ଚଳିତ ବର୍ଷ ଶେଷ ସେମିଷ୍ଟାର (ଚତୁର୍ଥ) ପରୀକ୍ଷା କରାଯିବା ପାଇଁ ନିୟମ କରାଯାଇଛି। ଉକ୍ତ ୨୭ ପୃଷ୍ଟାର ନିୟମାବଳୀକୁ ଛାତ୍ର ଛାତ୍ରୀମାନେ ବିରୋଧ କରୁଛନ୍ତି। ଏଥିରେ ଅନଲାଇନ ପରୀକ୍ଷା କରାଯିବା, ୱାନ ଏମବିପିଏସ ନେଟ୍‍, ୪ ଜିବି ରାମ ଓ ୱେବ କ୍ୟାମ, ମାଇକ+କମ୍ପ୍ୟୁୁଟର ଓ ୩ ଘଣ୍ଟାର ବିଦ୍ୟୁତ ସରବରାହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଅସମ୍ଭବ। ପୂର୍ବରୁ ଯେଉଁ ଛାତ୍ରଛାତ୍ରୀ ୩ଟି ସେମିଷ୍ଟାର ପରୀକ୍ଷା ଦେଇଥିଲେ ତାହାକୁ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାନଯାଇ ହିସାବକୁ ନିଆଯାଉ ବୋଲି ସେମାନେ ଦାବୀ କରିଛନ୍ତି।

- Advertisement -

ସାରା ଦେଶରେ କୋଭିଡ କଟକଣା ଲାଗିରହିଥିବା ବେଳେ ଏହି ସମୟରେ କିପରି ପରୀକ୍ଷା କରାଯିବ ବୋଲି ଛାତ୍ର ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ସେମାନେ ତିନି ତିନିଥର ଦୀର୍ଘମୂଳକ ଉତ୍ତର ଦେଇସାରିଥିବା ବେଳେ ଏବେ ସଂକ୍ଷିପ୍ତ ଉତ୍ତର ଅନ୍‍ ଲାଇନ୍‍ ମାଧ୍ୟମରେ ଦେବାକୁ ଯେଉଁ ନିଷ୍ପତି ଗ୍ରହଣ କରାଯାଇଛି ତାହାକୁ ବିପିୟୁଟି ଛାତ୍ର ଛାତ୍ରୀମାନେ ବିରୋଧକରି ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories