www.samajalive.in
Saturday, December 6, 2025
26.1 C
Bhubaneswar

ବକ୍ସିଂରୁ ଅବସର ନେଲେ ୬ଥରର ବିଶ୍ବ ବିଜେତା ମେରି କମ୍

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବକ୍ସର ମେରି କମ୍ ଏବେ ସନ୍ନ୍ୟାସ ନେଇଛନ୍ତି । ମେରି କମଙ୍କ ଅବସର ପରେ ବକ୍ସିଂ ଦୁନିଆରେ ଏକ ଯୁଗ ଶେଷ ହୋଇଛି। ମେରିଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛି। ଅତ୍ୟଧିକ ବୟସକୁ ସେ ଅବସରର କାରଣ ଦର୍ଶାଇଛନ୍ତି । ତାଙ୍କର ପୂର୍ଣ୍ଣ ନାମ ହେଉଛି ମ୍ୟାଙ୍ଗେଟ ଚୁଙ୍ଗନେଇଜାଙ୍ଗ ମେରି କମ୍।  ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍ ର ନିୟମ ଅନୁଯାୟୀ ପୁରୁଷ ଏବଂ ମହିଳା ବକ୍ସରମାନଙ୍କୁ କେବଳ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ରହିଛି। ମେରୀ କମ୍ ଙ୍କୁ ବର୍ତ୍ତମାନ ୪୧ ବର୍ଷ ହୋଇଯାଇଥିବାରୁ ସେ ଅବସର ଘୋଷଣା କରିଛନ୍ତି। ଅବସର ନେବା ପରେ ମେରି କହିଛନ୍ତି ଏବେ ମଧ୍ୟ ପ୍ରତିଯୋଗୀତାରେ ଭାଗ ନେବାକୁ ମୋର ଆଗ୍ରହ ରହିଛି।  କିନ୍ତୁ ବୟସର ସୀମା ହେତୁ ତାଙ୍କୁ ନିଜ କ୍ୟାରିୟରରେ ଏକ ପୂର୍ଣ୍ଣଛେଦ ଲଗାଇବାକୁ ପଡିବ। ମେରି କମ୍ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏକ ଗରିବ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୮ ବର୍ଷ ବୟସରେ ନିଜକୁ ବିଶ୍ୱରେ ଉପସ୍ଥାପନ କରିଥିଲେ। ମେରି କମ ବକ୍ସିଂ ଇତିହାସରେ ୬ ଥର ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ୨୦୧୪ ଏସିଆନ ଖେଳରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ଏଭଳି କରିବାରେ ଭାରତର ପ୍ରଥମ ବକ୍ସର ଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories