www.samajalive.in
Friday, December 12, 2025
27.1 C
Bhubaneswar

ବରିଷ୍ଠ ନାଗରିକଙ୍କ ପାଇଁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତିଆରି କଲେ ସ୍ୱତନ୍ତ୍ର ତିନି ଚକିଆ ସାଇକେଲ

ବୌଦ୍ଧ: ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ତିନିଚକିଆ ସାଇକେଲ ନିର୍ମାଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୌଦ୍ଧ ସହର ରାଜନପାଲିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଓଁକାର ପ୍ରଧାନ । ସାଇକେଲଟିରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା । ସବୁବେଳେ କିଛି ନୂଆ କରିଦେଖାଇବାର ଝୁଙ୍କ୍‌ ଯୋଗୁ ଓଁକାର ଶିକ୍ଷକତାରୁ ଅବସର ପରେ ଘରେ ବସିନରହି ନିଜ ପାଇଁ ତିଆରି କରିଥିଲେ ଏହି ତିନିଚକିଆ ସାଇକେଲ । ବୟସ ୭୭ ହୋଇଗଲାପରେ ଆଉ ସାଇକେଲ ଚଳାଇବାକୁ ବଳ ପାଉନାହିଁ  । ରାସ୍ତାରେ କୋଉଠି ପଡିଯିବାର ଭୟ  । ଏପରିସ୍ଥଳେ ଡାକ୍ତର ପରାମର୍ଶ ଦେଲେ ପ୍ରତିଦିନ କିଛି ବ୍ୟାୟାମ କରିବାକୁ  ।

ହେଲେ ଘର ଭିତରେ ବ୍ୟାୟାମ କରିବା ଅପେକ୍ଷା ଓଁକାର ଏମିତି କିଛି ସନ୍ଧାନରେ ଥିଲେ ଯାହାକି ବ୍ୟାୟାମ ସହିତ ବାହାରେ ଟିକିଏ ବନ୍ଧୁବର୍ଗଙ୍କ ସହ ଭେଟଘାଟ ମଧ୍ୟ ହୋଇପାରିବ । ଏମିତି ଭାବୁ ଭାବୁ ଘର ଅଗଣାରେ ଥିବା ପୁରୁଣା ସାଇକେଲଟି ଉପରେ ତାଙ୍କର ନଜର ପଡିଥିଲା । ତାକୁ ନେଇ ଆରମ୍ଭ କଲେ ବରିଷ୍ଠ ନାଗରିକଙ୍କ ପାଇଁ ସାଇକେଲ ତିଆରି ଅଭିଯାନ ।  ଘରେ ଥିବା ପୁରୁଣା ସାଇକେଲର ଯନ୍ତ୍ରାଂଶକୁ ଖୋଲିବା ସହ ବଜାରରୁ ଆଉକିଛି ଯନ୍ତ୍ରାଂଶ ଆଣି ସାଇକେଲ ତିଆରି କରିଥିଲେ  ।

- Advertisement -

ଦୀର୍ଘ ୬ ମାସର ଅକ୍ଲାନ୍ତ ପରିଶ୍ରମ ପରେ ମାତ୍ର ୫ ହଜାର ଟଙ୍କା ଖର୍ଚ୍ଚରେ ତାଙ୍କର ଏହି ସ୍ୱପ୍ନର ସାଇକେଲ ତିଆରି ହୋଇପାରିଛି । ଜଗିଂ ଟ୍ରାଇ ସାଇକେଲ ଫର ସନିୟର ସିଟିଜନ ବୋଲି ସେ ଏହି ସାଇକେଲଟିର ନାମକରଣ କରିଛନ୍ତି । ଏଥିରେ ତିନୋଟି ଚକ ରହିଥିବାରୁ ପଡିଯିବାର ଭୟ ନାହିଁ । ପଛରେ ଆବଶ୍ୟକୀୟ ସାମଗ୍ରୀ ରଖିବା ପାଇଁ ଲାଗିଛି ସ୍ୱତନ୍ତ୍ର କ୍ୟାରିୟର । ସାଧାରଣ ସାଇକେଲ ଭଳି ଏଥିରେ ଲାଗିଛି କ୍ରାଙ୍କ, ଚେନ, ପେଡାଲ, ଫ୍ରିହ୍ୱିଲ, ହବ ଭଳି ଆନୁଷଙ୍ଗିକ ଯନ୍ତ୍ରାଂଶ । ହେଲେ ଏଥିରେ ଫୁଲ ନୁହେଁ ହାଫ ପେଡାଲରେ ସାଇକେଲ ଚାଲିବା ଭଳି ବ୍ୟବସ୍ଥା ରହିଛି  । ଯାହାକି ଅନ୍ୟ ସାଇକେଲ ଠାରୁ ସୁବିଧାଜନକ ଏବଂ ବୟସ୍କ ଲୋକ ଏପରିକି ପୂର୍ବରୁ ସାଇକେଲ ଚଳାଇପାରୁନଥିବା ଲୋକଙ୍କ ପାଇଁ ମଧ୍ୟ ସୁବିଧା ହୋଇଥାଏ ।

ବର୍ତ୍ତମାନ ଏହି ସାଇକେଲ ନେଇ ଓଁକାର ପ୍ରତିଦିନ ବଜାର ଯିବାଠାରୁ ଆରମ୍ଭ କରି ନିଜର ଯାବତୀୟ କାର୍ଯ୍ୟ କରିପାରୁଛନ୍ତି । ସାଇକେଲ ଚଳାଇବା ସମୟରେ ତାଙ୍କର ବ୍ୟାୟାମ ମଧ୍ୟ ହୋଇଯିବା ସହିତ ଥକା ହୋଇଗଲେ ଯେଉଁଠି ଚାହିଁଲେ ସାଇକେଲରୁ ନ ଓହ୍ଲାଇ ଅଟକି ମଧ୍ୟ ଯାଉଛନ୍ତି । ଓଁକାରଙ୍କ ଦ୍ୱାରା ନିର୍ମିତ ସାଇକେଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସାଇକେଲଟି ବିଶେଷ କରି ବୟସ୍କମାନଙ୍କ ପାଇଁ ଲାଭଦାୟକ ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

Related Articles

Popular Categories