www.samajalive.in
Friday, December 12, 2025
26.1 C
Bhubaneswar

ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟଦେବ ଜୟନ୍ତୀ ପାଳିତ

ବୌଦ୍ଧ: ବୌଦ୍ଧଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ବୌଦ୍ଧରେ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ଉତ୍ସବରେ ଶ୍ରୀଜଗନ୍ନାଥ ଓ କବି ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରି କବି ଶ୍ରୀଜୟଦେବଙ୍କ ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ସ୍ୱୟଂ ଶ୍ରୀଜଗନ୍ନାଥ ଜୟଦେବଙ୍କ ରୂପରେ ଆସି ଅସଂପୂର୍ଣ୍ଣ ଗୀତଗୋବିନ୍ଦ ପଦାବଳୀକୁ ସଂପୂର୍ଣ୍ଣ କରିଥିବା ବକ୍ତବ୍ୟ ପ୍ରଦାନ କରିବା ସହିତ ଜୟଦେବଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ନୀଳଲୋହିତ ମହାପାତ୍ର ଯୋଗଦେଇ କବି ଜୟଦେବ ଓଡ଼ିଆ ଜନ ଜୀବନକୁ ଭାବ, ଭକ୍ତି ଓ ଜ୍ଞାନ ମାର୍ଗରେ ପରିଚାଳିତ କରିବାକୁ ପ୍ରେରଣା ଦେଉଛନ୍ତି ଏବଂ ଆଜିର ଦିନଟି ସକାରାତ୍ମକ ଦିନ ହେଉ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ ପ୍ରବୀର କୁମାର ଦାସ କବି ଜୟଦେବଙ୍କ ରଚିତ ଗିତଗୋବିନ୍ଦ, ଦଶାବତାର ଏବଂ ତାଙ୍କ ଜିବନୀ ବିଷୟରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ସାମ୍ବାଦିକ ସତ୍ୟ ନାରାୟଣ ପାଣି, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସ୍ୱାଧୀନ କୁମାର ପରିଡା ପ୍ରମୁଖ କବି ଜୟଦେବଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ଗେହ୍ଲାମା କଳାନିକେତନର ନୃତ୍ୟଗୁରୁ ଗୋପାଳକୃଷ୍ଣ ବେହେରାଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କଳାକାରମାନଙ୍କୁ ମୁଖ୍ୟଅତିଥି ଜିଲ୍ଲାପାଳ ଓ ଅତିରିକ୍ତ ଜିଲାପାଳ ପୁରସ୍କୃତ କରିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପରିଚାଳନା କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories