www.samajalive.in
Saturday, December 13, 2025
18.1 C
Bhubaneswar

କରୋନାର ତୃତୀୟ ତରଙ୍ଗ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ 

ବୌଦ୍ଧ : ଆସନ୍ତା ଅକ୍ଟୋବର ମାସରେ କରୋନାର ତୃତୀୟ ତରଙ୍ଗ ଆସୁଥିବାର ବିଶେଷଜ୍ଞମାନେ ମତାମତ ପ୍ରଦାନ କରିବା ପରେ ଏହାର ମୁକାବିଲା ନିମନ୍ତେ ପୁର୍ବ ପ୍ରସ୍ତୁତି ନିମନ୍ତେ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ପ୍ରାନ୍ତର ମୁଖ୍ୟ ବିଷ୍ଣୁଭାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧଜିଲ୍ଲାର ବିଭିନ୍ନ ଧାର୍ମିକ ଓ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ଯୋଗଦାନ କରିଥିଲେ। ପ୍ରଥମ ତରଙ୍ଗ କୋଭିଡ ସମୟରେ ବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ସଚେତନା ମାଧ୍ୟମରେ ଦ୍ୱିତୀୟ ତରଙ୍ଗ ଭୟାନକ ପରିସ୍ଥିତର ମୁକାବିଲା କରାଯାଇ ପାରିଛି। ବର୍ତମାନ ଆସନ୍ତା ଅକ୍ଟୋବର ମାସରେ ତୃତୀୟ ତରଙ୍ଗ ଆସିବାର ସମ୍ଭାବନା ଦେଖାଦେଇଥିବା ଜଣାପଡିଛି। ଏହାର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିବା ସହିତ ଜନସାଧାରଣଙ୍କୁ ଏବେଠାରୁ ସଚେତନତାର ବାର୍ତା ପହଂଚାଇବାର ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପତଞ୍ଜଳି ଯୋଗ ସମିତି, ଗାୟତ୍ରୀ ପରିବାର, ଭାରତ ସ୍ୱାଭିମାନ ଟ୍ରଷ୍ଟ, ମାରଓ୍ୟାଡି ଯୁବା ମଂଚ, ଶ୍ରୀଜଗନ୍ନାଥ ଚେତନା ସେବା ସମିତି, ବ୍ରାହ୍ମଣ ସମାଜ, ବିଶ୍ୱ ହିନ୍ଦୁ ପରିଷଦ, ସଂଘ ପରିବାରର ମୁଖ୍ୟ କାର୍ଯ୍ୟକର୍ତାମାନେ ଯୋଗଦାନ କରିଥିଲେ। ଏହି ବୈଠକରେ ଦେବାଶିଷ ପୁରୋହିତଙ୍କ କନଭେନରରେ ଜିଲ୍ଲାର ସମସ୍ତ ଅନୁଷ୍ଠାନମାନଙ୍କୁ ସାମିଲ କରି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ବୈଠକରେ ବିଚିତ୍ରାନନ୍ଦ ସାହୁ, ମନିଷ କୁମାର ଅଗ୍ରଓ୍ୟାଲା, ସୂର୍ଯ୍ୟକାନ୍ତ ଦଳବେହେରା, ସମ୍ଭୁପ୍ରସାଦ ମିଶ୍ର, ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories