ମଦ ଦୋକାନ ଉଚ୍ଛେଦ ଦାବିରେ ଶୋଭାଯାତ୍ରା

ଫୁଲବାଣୀ ,: କନ୍ଧମାଳ ଜିଲା  ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଭୃଙ୍ଗିଯୋଡି ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଦୀର୍ଘ ଦିନ ହେବ ଅଞ୍ଚଳର ମହିଳାମାନେ ଏବଂ ଅଞ୍ଚଳ ବାସୀ ଦାବି କରିଆସୁଥିଲେ ମଧ୍ୟ ବନ୍ଦ ହେଉନି ବିଦେଶୀ ମଦ ବିକ୍ରି କି ଦୋକାନ। ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପ୍ରଶାସନିକ ସ୍ତରରେ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନରେ ତାଲା ପକାଇ ସିଲ କରିଥିଲା। ତଥାପି ମଧ୍ୟ ବାହାରେ ଖୁଲୁମ ଖୁଲା ଦେଶୀ ଓ ବିଦେଶୀ ମଦ ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ଜଣାପଡିଛି। ଯାହାକୁ ନେଇ କେଳାପଡା ପଞ୍ଚାୟତ ଓ ଭୃଙ୍ଗିଯୋଡି ପଞ୍ଚାୟତର ୬୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଶହ ଶହ ମହିଳା ଭୃଙ୍ଗୀଯୋଡି ଓ କେଳା ପଡା ମୁଖ୍ୟ ରାସ୍ତାରେ ମଦ ଦୋକାନ ବନ୍ଦ କରି ବିଭିନ୍ନ ସ୍ଲୋଗାନ ଦେଇ ଗର୍ଜିଥିଲେ l ପ୍ରଥମେ ଭୃଙ୍ଗିଯୋଡି ଛକ ନିକଟରେ ଏକ ବୈଠକ କରିବା ସହ ହାତରେ ପ୍ଲା କାର୍ଡ ଧରି ରାସ୍ତାରେ ଏକ ରାଲି କରିବା ସହ ଭୃଙ୍ଗୀଯୋଡି ଛକ ଓ ମଦ ଦୋକାନ ଦେଇ କେଳାପଡା ପଞ୍ଚାୟତ ପର୍ଯ୍ୟନ୍ତ ବିରାଟ ରାଲି କରିଥିଲେ। ସୂଚନା ଅନୁସାରେ ଏହି ମଦ ଦୋକାନକୁ ବନ୍ଦ କରିବାକୁ ୨ ବର୍ଷ ପୂର୍ବରୁ ବାରମ୍ବାର ପ୍ରବଳ ବିରୋଧ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଗ୍ରାମ ସଭାରେ ମଦ ଦୋକାନ ବନ୍ଦ କରିବାକୁ ପ୍ରସ୍ତାବ ଦେବା ସହ ସମସ୍ତ ୱାର୍ଡ ସଭ୍ୟଙ୍କ ଦସ୍ତଖତ ସଂଲଗ୍ନ କରି ଲିଖିତ ଭାବରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଫୁଲବାଣୀ, ଅବକାରୀ ଅଧିକାରୀ, ଫିରିଙ୍ଗିଆ ବିଡ଼ିଓ ଏବଂ ଫିରିଙ୍ଗିଆ ଥାନାରେ ମଧ୍ୟ ଲିଖିତ ଭାବରେ ଦେଇଥିଲେ ମଧ୍ୟ କୌଣସି ଗୁରୁତ୍ୱ ଦିଆ ଯାଉନାହିଁ। ବାରମ୍ବାର ଅଞ୍ଚଳରେ ସଡ଼କ ଦୁର୍ଘଟଣା, ଡକାୟତି, ଚୋରି, ନାବାଳିକା ଧର୍ଷଣ ଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଉନଥିବା ବେଳେ ଜାଣି ଶୁଣି ମାଫିଆ ମାନଙ୍କୁ ଘଣ୍ଟ ଘୋଡାଉଛି ଅବକାରୀ ବିଭାଗ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଅଞ୍ଚଳରୁ ମଦ ଦୋକାନ ଉଛେଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବା ସହ ଦରକାର ପଡିଲେ ଆଇନକୁ ହାତକୁ ନେବୁ ବୋଲି ଆନ୍ଦୋଳନକାରୀ ମହିଳା ଚେତାବନୀ ଦେଇଛନ୍ତି।

Comments are closed.