www.samajalive.in
Wednesday, December 10, 2025
16.1 C
Bhubaneswar

୧୦ ଘଣ୍ଟା ଧରି ଘର ଆଗରେ ପଡିରହିଲା ପୁଅର ଶବ, ମୃତ୍ୟୁପରେ ବି ପୁଅର ଶବକୁ ଛୁଇଁଲାନି ବାପା

ବୌଦ୍ଧ: ପୁତ୍ର ଟିଏ ପାଇବା ପାଇଁ ବାପା ମାଆ କେତେ ଓଷା ଓ ପୂଜା କରିଥାନ୍ତି। ପୁଅ ପାଇଁ ସବୁବେଳେ ବାପା ଗର୍ବ କରିଥାଏ। ପୁଅ ପାଇଁ ବାପା ସବୁକିଛି କରିବାକୁ ପଛାଇନଥାଏ। କିନ୍ତୁ ବୌଦ୍ଧ ଜିଲାରେ ଏସବୁ ଓଲଟା ଦେଖିବାକୁ ମିଳିଛି। ପୁଅର ମୃତ୍ୟୁ ପରେ ବି ବାପା ପୁଅର ଶବକୁ ଛୁଇଁ ନଥିବାବେଳେ ଦୀର୍ଘ ୧୧ ଘଣ୍ଟା ହେବ ପୁଅର ଶବ ଘର ଆଗରେ ପଡିରହିବାପରେ ପୁଲିସ ଉପସ୍ଥିତିରେ ଶବସତ୍କାର କରାଯାଇଥିବା ଜଣାପଡିଛି। ମିଳିଥିବା ସୁଚନା ମୁତାବକ ବାଉଁଶୁଣୀ ଥାନା ବଡଝାରକଟା ଗ୍ରାମର ଗଣେଶ୍ୱର ପ୍ରଧାନଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ହେଉଛି ମୃତ୍ୟୁଞ୍ଜୟ ପ୍ରଧାନ (୨୭)। ଗଣେଶ୍ୱର ପ୍ରଧାନଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ସ୍ତ୍ରୀ ବିବାହ କରିଥିଲେ। ଦିତୀୟ ସ୍ତ୍ରୀ ବିବାହ କରିବା ପରେ କୁଆଡେ ଗଣେଶ୍ୱର ପ୍ରଥମ ସ୍ତ୍ରୀର ପିଲାମାନଙ୍କୁ ହତାଦର କରିଆସୁଥିଲେ ଓ ପାରିବାରିକ ସଂପର୍କ ଭଲ ନଥିଲା। ଏହା ଭିତରେ ମୃତ୍ୟୁଞ୍ଜୟ ପ୍ରାୟ ୩ ବର୍ଷ ହେଲା ପୁରୁଣାବହିରା ଗ୍ରାମରେ ବିବାହ କରିଥିଲେ। ଦୀର୍ଘ ୪ ମାସ ହେବ ମୃତ୍ୟୁଞ୍ଜୟ ଅଜଣା ରୋଗରେ ପିଡିତ ହେବା ପରେ ଚିକିତ୍ସିତ ହେଉଥିଲେ। ଦେହ ଖରାପ ହେବାରୁ ମୃତ୍ୟୁଞ୍ଜୟ ଶଶୁର ଘର ଗାଁରେ ରହୁଥିଲେ। ଗତ ରବିବାର ଦିନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ହେବାରୁ ସୋନପୁର ମେଡିକାଲକୁ ଚିକିତ୍ସା ପାଇଁ ଶଶୁର ଘର ପରିବାର ପକ୍ଷରୁ ନେଇଥିଲେ। କିନ୍ତୁ ମେଡିକାଲରେ ରାତି ପ୍ରାୟ ୧୧ ଟା ସମୟରେ ସେ ମୃତ୍ୟୁ ବରଣ କରିଥିଲେ।

 

- Advertisement -

ସେଠାରୁ ସୋମବାର ଦିନ ତାଙ୍କର ଶବକୁ ମହାପ୍ରଣାୟ ଗାଡିରେ ପୈତୃକ ଗ୍ରାମ ବଡଝାରକଟାକୁ ଅଣାଯାଇଥିଲା। ଶବ ଗାଁରେ ପହଞ୍ଚିବା ପରେ ମୃତ୍ୟୁଞ୍ଜୟଙ୍କ ବାପା ଶବ ନେବାକୁ ମନା କରିବା ସହ ଶବ ଦାହ କରିବାକୁ ମନା କରିଥିଲେ। ଫଳରେ ଦୀର୍ଘ ସମୟ ଧରି ହେବ ମୃତ୍ୟୁଞ୍ଜୟଙ୍କ ଶବ ଘର ଆଗରେ ପଡିରହିଥିଲା। ପରିବାରର ବିବାଦ ଯୋଗୁଁ ଜାତି ଭାଇ ମଧ୍ୟ ଶବ ସତ୍କାର ପାଇଁ ଆସିନଥିଲେ। ଶେଷରେ ଏନେଇ ମୃତ୍ୟୁଞ୍ଜୟଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନ୍ୟାୟ ପାଇଁ ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଉଁଶୁଣୀ ଥାନା ଅଧିକାରୀ ସୁବାଷଚନ୍ଦ୍ର ରାୟଗୁରୁ ଓ ଅନ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ପୁଲିସ ବୁଝାଶୁଝା କରିବା ପରେ ଜାତିଭାଇଙ୍କ ସହଯୋଗରେ ଦୀର୍ଘ ୧୧ ଘଣ୍ଟା ପରେ ଶବକୁ ଦାହ ପାଇଁ ନିଆଯାଇଥିବା ଜଣାପଡିଛି। ଏହି ଘଟଣା ସୋମବାର ଦିନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories