www.samajalive.in
Friday, December 12, 2025
19.1 C
Bhubaneswar

ଡିଇଓଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ଓ କାର୍ୟ୍ୟାନୁଷ୍ଠାନ ନିର୍ଦେଶ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଗତ ୨୯-୧-୨୦୨୨ ରିଖରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୧୦ଘଣ୍ଟାରୁ ୪ଟା ପର୍ୟ୍ୟନ୍ତ ୬ ଘଣ୍ଟା ବିଦ୍ୟାଳୟରେ ଉପସ୍ଥିତ ରହି ଆଭାସି ଓ ଶଙ୍କା ମୋଚନ ପ୍ରତ୍ୟକ୍ଷ ଶିକ୍ଷଣ କାର୍ୟ୍ୟ ଛୋଟ ଛୋଟ ଦଳରେ କୋଭିଡ ନିୟମ ପାଳନ ପୂର୍ବକ କରିବାକୁ ନିର୍ଦେଶ ଦେଇଥିଲେ। ଆଜି ତଦାରଖ ସକାଶେ କଣ୍ଟାମଳ ବ୍ଲକର କିଛି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ବେଳେ କିଛି ବ୍ୟତିକ୍ରମ ଦେଖିବାରୁ ସେମାନଙ୍କ ସକାଶେ କାର୍ୟ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି।

ବିରସିଂପୁର କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାଲିକୁଦ ଘ ୧୦ ଟା ୧୦ସୁଦ୍ଧା ଖୋଲା ନ ଥିଲା ଏବଂ ଛାତ୍ରଛାତ୍ରୀମାନେ ଗେଟ ସାମ୍ନାରେ ମୁଖ୍ୟ ରାସ୍ତା ଉପରେ ରୁଣ୍ଡ ହୋଇଥିଲେ ତେଣୁ ଉକ୍ତ ସ୍କୁଲର ସମସ୍ତ ଶିକ୍ଷକଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ। ଖଟଖଟିଆ କ୍ଲଷ୍ଟରର ସାନ ମନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ପିଲାମାନେ ତୁଣ୍ଡି ପିନ୍ଧି ନଥିଲେ, ୪ ଜଣ ଶିକ୍ଷକଙ୍କ ମଧ୍ୟରୁ ୨ ଜଣ ଉପସ୍ଥିତ ଥିଲେ। ଅନୁପସ୍ଥିତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମହାପାତ୍ର ଓ ସହକାରୀ ଶିକ୍ଷକ ବୀରେନ୍ଦ୍ର କୁମାର ପ୍ରଧାନଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ ଏବଂ ଶିକ୍ଷୟିତ୍ରୀ ରଞ୍ଜିତା ମହାଲିକ ଓ ଶିକ୍ଷକ ଆନନ୍ଦ କୁମ୍ଭାର ଉପସ୍ଥିତ ଥାଇ ମଧ୍ୟ ପିଲାମାନେ କୋଭିଡ ନିୟମ ପାଳନ କରି ନ ଥିବାରୁ ଏବଂ ଶିକ୍ଷଣରେ ଅବହେଳା ପାଇଁ କୈଫିୟତ ତଲବ ଓ ଦରମା ବନ୍ଦ ଆଦେଶ ଦେଇଛନ୍ତି। ଦପଲା କ୍ଲଷ୍ଟରର ବଉଳସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘ ୧-୧୫ ସମୟରେ ଜଣେ ଶିକ୍ଷକ ଉପସ୍ଥିତ ଥିଲେ ଏବଂ ସ୍କୁଲରେ ତାଲା ପଡିଥିଲା। ଅନୁପସ୍ଥିତ ଥିବା ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି, ଶିକ୍ଷକ ସୁଶାନ୍ତ କୁମାର ବଣ୍ଡକି, କେଶବ ପ୍ରଧାନ, ଲିଙ୍ଗରାଜ ତାଣ୍ଡିଆ, ଗୀତାଞ୍ଜଳି ବେହେରାଙ୍କୁ କୈଫିୟତ ତଲବ ସହିତ ଦରମା ବନ୍ଦ ନିର୍ଦେଶ ଦେଇଛନ୍ତି। ଉକ୍ତ ତିନି କ୍ଲଷ୍ଟରର ସିଆରସିସିମାନଙ୍କୁ ସେମାନଙ୍କ କ୍ଲଷ୍ଟରରେ ବିଭାଗୀୟ ନିର୍ଦେଶ କାର୍ୟ୍ୟକାରି ହେଉ ନ ଥିବାରୁ କୈଫିୟତ ତଲବ ପାଇଁ ବିଇଓ କଣ୍ଟାମଲଙ୍କୁ ନିର୍ଦେଶ ଦିଆଯାଇଛି। ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଉମା ଏବଂ ଲକ୍ଷ୍ମୀପ୍ରସାଦ ଠିକ ଭାବରେ କାର୍ୟ୍ୟ ଚାଲୁଥିବାର ଜିଲ୍ଲା ଶିକ୍ଷା ଧିକାରୀ ଶ୍ରୀଯୁକ୍ତ ମାଝୀ ଅନୁଭବ କରିବାରୁ ଖୁସି ବ୍ୟକ୍ତ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories