www.samajalive.in
Friday, December 12, 2025
17.1 C
Bhubaneswar

ରାଜ୍ୟସ୍ତରୀୟ ବିୱାଇସି କପ ଫୁଟବଲ ପ୍ରତିଯୋଗିତା, କୁଚିଣ୍ଡାକୁ ହରାଇ ସୋନପୁର ଚମ୍ପିଆନ

ବୌଦ୍ଧ: ବୌଦ୍ଧଜିଲା ତାଳସରଡା ଗ୍ରାମ ପଂଚାୟତ ସଂଗ୍ରାମପୁର ହାଇସ୍କୁଲ ଖେଳ ପଡ଼ିଆଠାରେ ବିଜୟା ୟୁଥ କ୍ଲବ ଆନୁକୂଲ୍ୟରେ ଚାଲିଥିବା ବିୱାଇସି କପ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ଖେଳ ସସାଇ ସ୍ପୋଟିଙ୍ଗ ସୋନପୁର ଓ ବିଏଫସି କୁଚିଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲ କରିଥିଲେ। ଫଳରେ ଟାଇବ୍ରେକର ଜରିଆରେ ୩-୧ ଗୋଲରେ ସୋନପୁର ଦଳ ବିଜୟ ଲାଭ କରି ପ୍ରତିଯୋଗିତାର ଚମ୍ପିଆନ ହୋଇଥିଲା।

ଖେଳକୁ ଜାତୀୟ ରେଫରୀ ସୁବ୍ରତ ପୁରୋହିତ, ସଲିଲ ବେହେରା, ଶେଷଦେବ ବେହେରା , ଦିଲ୍ଲିପ ରାଉତ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲା କ୍ରିଡା ସଂସଦର ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ କ୍ରିଡାବିତ ଜିତେନ୍ଦ୍ର ପାଣ୍ଡେ, ସଂଗ୍ରାମପୁର ହାଇସ୍କୁଲର ଉପଦେଷ୍ଠା ଚେତାରାମ ପଟ୍ଟନାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସଂଗ୍ରାମପୁର ହାଇସ୍କୁଲର କ୍ରିଡା ଶିକ୍ଷକ ନୟନ ମହାନ୍ତି, ଗନ୍ଧରାଢୀ ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ସୁଭାଷ ଭୋଇ ଓ ତାପସ ଭୋକ୍ତା ମ୍ୟାଚର ଧାରାବିବରଣୀ ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ପରିଚାଳନାରେ ଶୁଭେନ୍ଦୁ ନାୟକ, ସତ୍ୟଜିତ ବେହେରା, ସଂଜୟ ଅଦାବର, ଜିତେନ୍ଦ୍ର ଓ କାହ୍ନା ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories