www.samajalive.in
Friday, December 12, 2025
19.1 C
Bhubaneswar

ଇଚ୍ଛାପୁର ପଞ୍ଚାୟତରେ ସାଂସଦଙ୍କ ଗାଡି ଉପରକୁ ଅଣ୍ଡାମାଡ

ନବରଙ୍ଗପୁର: ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମପଞ୍ଚାୟତର ଧୁମାମଲ ଗାଁରେ ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଇଥିବା ଜଣାଯାଇଛି। ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ଏହା ଘଟିଛି। ଏଠାରେ ପଞ୍ଚାୟତକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦଥିଲା। ଏଠାରେ ପଞ୍ଚାୟତ ଉଦ୍‍ଘାଟନ ବେଳେ ବାରମ୍ବାର ନିମନ୍ତ୍ରଣ କରିବା ପରେ ମଧ୍ୟ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଅନୁପସ୍ଥିତ ହୋଇଥିଲେ। ଏହାକୁ ନେଇ ଗ୍ରାମବାସୀମାନେ ତିବ୍ର ଅସନ୍ତୋଷରେ ଥିଲୋ ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଏହି ଗାଁ ପଟ ଦେଇ ଯିବା ବେଳେ ଗାଁ ଲୋକମାନେ ଗାଡିରେ ଅଣ୍ଡାମାଡ କରିବା ସହ ଠେଙ୍ଗାବାଡି ଧରି ଘଉଡାଇଥିଲୋ ଝରିଗାଁ ବ୍ଲକର ଦୁଇ ନମ୍ବର ଜୋନ ଜିଲା ପରିଷଦ ପ୍ରାର୍ଥୀଙ୍କର ପ୍ରଚାର ପାଇଁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ବୁଧବାର ସନ୍ଧ୍ୟାରେ ଚନ୍ଦାହାଣ୍ଡିର ଚକାମାଲ ଠାରେ ମଧ୍ୟ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ସମର୍ଥକମାନେ ଗାଁରୁ ଘଉଡାଇଥିବା ଚର୍ଚ୍ଚା ହୋଇଛି। ତେବେ ଅଣ୍ଡାମାଡ ସଂପର୍କରେ ସାଂସଦ ଶ୍ରୀ ମାଝୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories