www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଶାସନର ଅବହେଳା, ରାସ୍ତା ପାଲଟିଲା ମରଣଯନ୍ତା

ବୌଦ୍ଧ: ଦୀର୍ଘ ତିନି ଦିନ ପର୍ୟ୍ୟନ୍ତ ହୋଇଥିବା ବାଦଲ ଫଟା ବର୍ଷା ହେବା ଫଳରେ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦର ପଞ୍ଚାୟତର ଗବଜୋର, ଯାମୁମଜ୍ଝଳ, ପଥର୍ଲା ଆଦି ୧୦ ଖଣ୍ଡ ଗ୍ରାମକୁ ଯିବା ରାସ୍ତା ଉପରେ ଥିବା ନାଳଟି ଧୋଇ ହୋଇଯିବା ଫଳରେ ଏହି ଗାଁ ଗୁଡିକ ତଥା ୩ଟି ପଞ୍ଚାୟତର ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏ ରାସ୍ତାଟି ପାଇଁ ଅଞ୍ଚଳବାସୀ ବିଡ଼ିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଡ଼ିଓ କାଳକ୍ଷେପଣ ନୀତି ଅବଲମ୍ବନ କରି ଦିନ ଗଡ଼ାଉଥିବା ଅଭିଯୋଗ କରିଛନ୍ତି।

ଏ ନେଇ ଆମେ କଣ୍ଟାମଜ୍ଝଳ ବିଡ଼ିଓ ବନ୍ଦନା ଖଟୁଆଙ୍କ ସହ ଯୋଗାଯୋଗ କରିବାରୁ ରାସ୍ତାର ସମସ୍ୟା ପାଇଁ ମୁଁ ଉପରକୁ ଜଣାଇଛି ବୋଲି କହିଛନ୍ତି। କିନ୍ତୁ ଯୁଦ୍ଧ କାଳୀନ ଭିତ୍ତିରେ ଏ ରାସ୍ତାଟି ତିଆରି କରିବାପାଇଁ ବିଡ଼ିଓଙ୍କ ଠାରେ ଅଞ୍ଚଳବାସୀ ଜଣାଇଥିଲେ ହେଁ ବିଡ଼ିଓ ମନା କରିଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories