www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଆ ସିନେ ଶିଳ୍ପରେ ଐତିହାସିକ ଚଳଚ୍ଚିତ୍ର ପାଲଟିଲା ‘ବୋଉ ବୁଟୁ ଭୂତ’, ଆୟ କରିବ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଓଡ଼ିଆ ସିନେମାକୁ ମିଳୁଛି ଦର୍ଶକୀୟ ସମର୍ଥନ। ଇତିହାସ ରଚିଛି ବାବୁସାନ୍‌ଙ୍କ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ରହସ୍ୟ, ରୋମାଞ୍ଚ ଓ ହାସ୍ୟରସଭରା ଏହି ଚଳଚ୍ଚିତ୍ର ୧୧ ଦିନରେ କରିଛି ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ। ଓଡ଼ିଆ ସିନେ ଶିଳ୍ପକୁ ଏହି ଚଳଚ୍ଚିତ୍ର ଏକ ନୂତନ ଦିଗ ଦେଖାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଚଳଚ୍ଚିତ୍ରର ପ୍ରଶଂସାରେ କହିଛନ୍ତି, କମ୍ ସଂଖ୍ୟକ ପ୍ରେକ୍ଷାଳୟ ଥିଲେ ମଧ୍ୟ ‘ବୋଉ ବୁଟୁ ଭୂତ’ ଭଲ ବ୍ୟବସାୟ କରିବା ଓଡ଼ିଆ ସିନେମା ପାଇଁ ଏକ ଶୁଭ ଲକ୍ଷଣ। ରଜ ବଜାରରେ ଓଡ଼ିଆ ସିନେମା ଭଲ ବ୍ୟବସାୟ କରିଛି। ‘ବୋଉ ବୁଟୁ ଭୂତ’ ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି। ଦର୍ଶକୀୟ ଆଦୃତି ସହ ବାବୁସାନ ଓ ଅପରାଜିତାଙ୍କ ଅଭିନୟ ଏବଂ ସର୍ବୋପରି ଚଳଚ୍ଚିତ୍ରର କାହାଣୀ ଅନେକ ପ୍ରଶଂସା ସାଉଁଟିଛି।

- Advertisement -

ଅର୍ଚ୍ଚିତା-ବାବୁସାନ ଯୋଡ଼ି ପୁଣିଥରେ ହିଟ୍ ସାବ୍ୟସ୍ତ ହୋଇଛି। ‘ଦମନ’ ଓ ‘ପାବାର୍’ ପରେ ସବୁ ରେକର୍ଡ ଭାଙ୍ଗିଛି ‘ବୋଉ ବୁଟୁ ଭୂତ’। ଏହି ଚଳଚ୍ଚିତ୍ର ପାଇଁ ବାବୁସାନଙ୍କ ଲୋକପ୍ରିୟତା ଆହୁରି ବଢିବାସହ ଓଡ଼ିଆ ସିନେମା ଦେଖିବାକୁ ପ୍ରେକ୍ଷାଳୟରେ ପୁଣିଥରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ‘ବୋଉ ବୁଟୁ ଭୂତ’ ଆଗରେ ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ବ୍ୟବସାୟରେ ପଛରେ ପଡ଼ିଯାଇଛି। କିନ୍ତୁ ‘ଅନନ୍ତା’ର କାହାଣୀ, ନିର୍ଦ୍ଦେଶନା ଓ ଅଭିନୟକୁ ପ୍ରଶଂସା କରିଛନ୍ତି ଦର୍ଶକଙ୍କ ସମେତ ଅନେକ ସିନେ ସମୀକ୍ଷକ।

ସିନେ ସମୀକ୍ଷକ ଦିଲ୍ଲୀପ ହାଲିଙ୍କ କହିବାନୁସାରେ, ଓଡ଼ିଆ ଦର୍ଶକ ବଳିଷ୍ଠ କାହାଣୀ ଖୋଜୁଛନ୍ତି। ଭଲ କାହାଣୀ ଦେଖିବାକୁ ହଲରେ ଦର୍ଶକଙ୍କ ଭିଡ଼ ବଢୁଛି। କମ୍ ଥିଏଟରରେ ମଧ୍ୟ ୧୧ ଦିନରେ ୧୦ କୋଟିରୁ ଊର୍ଦ୍ଧ୍ବ ବ୍ୟବସାୟ କରିଛି ଓଡ଼ିଆ ସିନେମା, ଯାହା କିଛି ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଭଲ କାହାଣୀ ନେଇ ଚଳଚ୍ଚିତ୍ର କରିବାକୁ ପ୍ରେରଣା ଯୋଗାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories