ଏନ୍ସିଇଆରଟି ପୁସ୍ତକରେ ବ୍ୟବହାର ହେବ ଉଭୟ ‘ଭାରତ’ ଓ ‘ଇଣ୍ଡିଆ’ ଶବ୍ଦ
ନୂଆଦିଲ୍ଲୀ : ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି)ର ପାଠ୍ୟ ପୁସ୍ତକ ଗୁଡିକରେ ଉଭୟ ‘ଭାରତ’ ଓ ‘ଇଣ୍ଡିଆ’ ଶବ୍ଦ ଅଦଳ ବଦଳ ଭିତ୍ତିରେ ବ୍ୟବହାର କରାଯିବ ବୋଲି ଏହାର ନିର୍ଦେଶକ ଦିନେଶ ସକଲାନି କହିଛନ୍ତି। ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ଏହି ଶବ୍ଦକୁ ନେଇ ଚାଲିଥିବା ବିତର୍କ ମୂଲ୍ୟହୀନ। କାରଣ ସମ୍ବିଧାନରେ ଉଭୟ ଶବ୍ଦ ବଜାୟ ରହିଛି। ସେହି ଦୃଷ୍ଟିରୁ ଦୁଇ ଶବ୍ଦକୁ ପାଠ୍ୟ ପୁସ୍ତକରେ ବ୍ୟବହାର କରିବାରେ ଏନ୍ସିଇଆରଟିର କୋୖଣସି ଅସୁବିଧା ନାହିଁ। ଏହାକୁ ଅଦଳ ବଦଳ ଭିତ୍ତିରେ ବ୍ୟବହାର କରାଯିବ।
Comments are closed.