www.samajalive.in
Saturday, December 6, 2025
19.1 C
Bhubaneswar

ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ କାମ କରୁଛି

ନୂଆଦିଲ୍ଲୀ: କୋଭିଡ ପ୍ରତିଷେଧକ ଭାବରେ ବିକଶିତ କରାଯାଇଥିବା ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ କାମ ଦେଉଛି। ଟିକାକରଣ ପରବର୍ତ୍ତୀ ସମୟରେ ୧୦ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୩ରୁ ୪ଜଣ କୋଭିଡ ସଂକ୍ରମିତ ହେଉଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କୋଭିସିଲ୍ଡ ନେଇଥିବା ୧୦ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୩ ଜଣ ଏବଂ କୋଭାକ୍ସିନ ଟିକା ନେଇଥିବା ୧୦ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୪ ଜଣ ପରବର୍ତ୍ତୀ ସମୟରେ କୋଭିଡ ସଂକ୍ରମିତ ହେଉଥିବା ତଥ୍ୟ ହସ୍ତଗତ ହୋଇଛି।
ଏଥିରୁ କୋଭିସିଲ୍ଡ ମଧ୍ୟ କାମ କରୁଛି ବୋଲି ନିତି ଆୟୋଗର ସ୍ୱାସ୍ଥ୍ୟ କମିଟି ସଦସ୍ୟ ଡା.ଭି କେ ପଲ୍‍ କହିଛନ୍ତି। ସୂଚନାଯୋଗ୍ୟ ଯେ ଜାତୀୟ ସ୍ତରରେ କୋଭିଡ ନିୟନ୍ତ୍ରଣ ପାଇଁ ଗଠିତ ଟିମ୍‍ରେ ସେ ମୁଖ୍ୟ ସ୍ଥାନ ନେଉଛନ୍ତି। ସାମ୍ବାଦିକଙ୍କ ନିକଟରେ ପ୍ରକାଶକରି ଡା. ପଲ୍‍ କହିଛନ୍ତି, ଆମ ଦେଶରେ ପ୍ରତି ୧୦ହଜାର ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ୩ ରୁ ୪ ଜଣ ସଂକ୍ରମିତ ହେଉଛନ୍ତି। ବିଦେଶରେ ମଧ୍ୟ ଏହା ହେଉଛି। ଏଭଳି ଘଟଣା ଅତି ନଗଣ୍ୟ। ତେବେ ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ସଂକ୍ରମଣ ହେଲେ ତାହା ଗୁରୁତର ପରିସ୍ଥିତି ସୃଷ୍ଟି କରୁନାହିଁ।
ସେ କହିଛନ୍ତି, କୋଭାକ୍ସିନ ନେଇଥିବା ୧୦ହଜାର ଲୋକଙ୍କ ମଧ୍ୟରୁ ୬୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାର ହାର ମାତ୍ର ୦.୦୪%। ସେହିଭଳି କୋଭିସିଲ୍ଡ ନେଇଥିବା ୧୦ ହଜାର ଲୋକଙ୍କ ମଧ୍ୟରେ ୫୦୧୪ ଜଣ କୋଭିଡ ପଜିଟିଭ ହୋଇଛନ୍ତି। ଏ କ୍ଷେତ୍ରରେ ସଂକ୍ରମଣ ହାର ମାତ୍ର ୦.୦୩% ରହିଛି। ଭାରତରେ ଏପର୍ଯ୍ୟନ୍ତ ୧.୧ କୋଟି ଡୋଜ କୋଭାକ୍ସିନ ଏବଂ ୧୧.୬ କୋଟି ଡୋଜ କୋଭିସିଲ୍ଡ ଦିଆଯାଇସାରିଛି।
ଆଇସିଏମଆର ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି, ଏହି ଟିକା ସଂକ୍ରମଣଜନିତ ମୃତ୍ୟୁ ଆଶଙ୍କା ହ୍ରାସ କରୁଛି। ତାହାସହିତ ଏହା ସଂକ୍ରମଣ ଆଶଙ୍କା ମଧ୍ୟ କମାଇ ଦେଉଛି। ତଥାପି ଟିକା ନେଇଥିବା ଲୋକ ସଂକ୍ରମିତ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ମଧ୍ୟ ସେହି ସମାନ ମତ ପୋଷଣ କରିଛନ୍ତି। ସେ କହିଛନ୍ତି, ଏହି ଟିକା ଜନସାଧାରଣଙ୍କୁ ଗୁରୁତର ସଂକ୍ରମଣ ପରିସ୍ଥିତିରୁ ସୁରକ୍ଷା ଦେଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories