www.samajalive.in
Saturday, December 6, 2025
19.1 C
Bhubaneswar

ପାରାଦ୍ୱୀପରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଅଞ୍ଚଳରେ ବୋମା ମାଡ଼, ପୋଲିସ ଗାଡିକୁ ଟେକା ପଥର ମାଡ଼ କଲେ ପ୍ରକଳ୍ପ ବିରୋଧୀ

ପାରାଦୀପ: ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଗୋବିନ୍ଦପୁର ଅଞ୍ଚ ଳରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ କିଛି ପ୍ରକଳ୍ପ ବିରୋଧୀ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ରାତିରେ ହିଁ ପୋଲିସ ଫୋର୍ସ ଢ଼ିଙ୍କିଆ ଖେଦିଛି। ତେବେ ପୋଲିସ ଗାଡିକୁ ଢ଼ିଙ୍କିଆରେ ପ୍ରବଳ ବିରୋଧ କରାଯାଇଛି। ଟେକା ପଥର ମାଡ଼ ହୋଇଛି। କିନ୍ତୁ ପୋଲିସ ଅଭିଯୁକ୍ତଙ୍କୁ ନିଶ୍ଚିତ ଗିରଫ କରିବ ବୋଲି ଏସପି ଅଖିଲେଶ୍ୱର ସିଂ ସୂଚନା ଦେଇଛନ୍ତି।

ଯାହା ଫଳରେ ପୁଣି ପ୍ରକଳ୍ପ ବିରୋଧୀ ଓ ପୋଲିସ ଭିତରେ ସଂଘର୍ଷ ହେବାର ଆଶଙ୍କା ପ୍ରକାଶ ପାଇଛି। ଆଗକୁ ପୋଲିସ ପ୍ରକଳ୍ପ ବିରୋଧୀଙ୍କୁ ପ୍ରମୁଖ ନେତା ତଥା ସମିତି ସଭ୍ୟ ଦେବେନ୍ଦ୍ର ସ୍ଵାଇଁଙ୍କ ଉପରେ ହାତ ପକାଇବା ଲକ୍ଷ୍ୟରେ ରହିଥିବା ଖବର ମିଳିଛି। ପୂର୍ବରୁ ମ।ହାଳ ରାଜସ୍ଵ ଗ୍ରାମ ସୀମା ଚିହ୍ନଟ ବେଳେ ପୋଲିସ ସହ ବିରୋଧୀଙ୍କ ମୁହାଁମୁହିଁ ହୋଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories