www.samajalive.in
Saturday, December 6, 2025
19.1 C
Bhubaneswar

ରିୟା ଚକ୍ରବର୍ତୀଙ୍କ ରିମାଣ୍ଡ ୧୪ ଦିନ ବୃଦ୍ଧି, ଜାମିନ ଆବେଦନର ଶୁଣାଣି ବୁଧବାର

ମୁମ୍ବାଇ: ସ୍ଥାନୀୟ ସେସନ୍ସ କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ (ଜୁଡ଼ିସିଆଲ କଷ୍ଟୋଡ଼ି) କୁ୧୪ ଦିନ ବୃଦ୍ଧି କରିଛନ୍ତି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟାଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ବମ୍ବେ ହାଇକୋର୍ଟ ଏହାର ରାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଗତ ସପ୍ତାହରେ କୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ। ନିମ୍ନ ଅଦାଲତରୁ ତାଙ୍କ ଆବେଦନକୁ ଦୁଇଥର ପ୍ରତ୍ୟାଖ୍ୟାନ କରାଯିବା ପରେ ଅଭିନେତ୍ରୀ ହାଇକୋର୍ଟରେ ଆବେଦନ କରିଥିଲେ।ସେପ୍ଟେମ୍ବର ୨ ରେ ରିୟାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲା। ରିୟାଙ୍କ ସହ ତାଙ୍କ ଭାଇ ଶୋଭିକ୍ ଏବଂ ସୁଶାନ୍ତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ମଧ୍ୟ ଏହି ରାୟ ଶୁଣାଇବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରିୟା ଏବଂ ଶୋଭିକଙ୍କ ଜାମିନକୁ ଏନସିବି ବିରୋଧ କରିଛି।  କୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ରିୟା ଏବଂ ଶୋଭିକ୍ ଡ୍ରଗ୍ ସିଣ୍ଡିକେଟ୍ର ସକ୍ରିୟ ସଦସ୍ୟ ଅଟନ୍ତି ଏବଂ ବହୁ ଉଚ୍ଚ ସମାଜର ଲୋକ ତଥା ଡ୍ରଗ୍ ଯୋଗାଣକାରୀଙ୍କ ସହ ଜଡିତ ଥିଲେ। ସେମାନଙ୍କ ଉପରେ ଧାରା ୨୭ଏ ଲାଗୁ କରାଯାଇଛି, ତେଣୁ ସେମାନଙ୍କୁ ଜାମିନ ମିଳିବା ଉଚିତ୍ ନୁହେଁ ବୋଲି ଯୁକ୍ତି ଦର୍ଶାଇଛି ।  ଏନସିବି କହିଛି ଯେ ରିୟା ଡ଼୍ରଗ କିଣିବା ପାଇଁ ସ୍ୱୀକାର କରିଛନ୍ତି। ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତ ଏବଂ ଶୋଭିକଙ୍କ ଜରିଆରେ ସେ ଡ଼୍ରଗ କିଣିଛନ୍ତି ବୋଲି ଏନସିବି କହିଛି । ସେହିପରି ରିୟାଙ୍କ ଓକିଲ  ସତୀଶ ମନାସିନ୍ଦେ କୋର୍ଟରେ କହିଥିଲେ ଯେ ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ସେ ଡ୍ରଗ୍ସ ନେଉଥିଲେ। ରିୟାଙ୍କ ପରି ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନ ମଧ୍ୟ ସୁଶାନ୍ତ ୨୦୧୯ ପୂର୍ବରୁ ଡ଼୍ରଗ ନେଉଥିବା ଏନସିବି ନିକଟରେ କହିଥିଲେ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories