www.samajalive.in
Saturday, December 6, 2025
26.1 C
Bhubaneswar

ଝିଅର ହାତ ଧରି ପ୍ରେମ ନିବେଦନ କରିବା ଅସଦାଚରଣ ନୁହେଁ! ଅଟୋ ଚାଳକଙ୍କୁ ମିଳିଲା ଜାମିନ

ମୁମ୍ବାଇ: କୌଣସି ଝିଅର ହାତ ଧରି ପ୍ରେମ ନିବେଦନ କରିବା ଅସଦାଚରଣ ନୁହେଁ। ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରି ଏଭଳି କହିଛନ୍ତି ବମ୍ବେ ହାଇକୋର୍ଟ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଜଷ୍ଟିସ୍ ଭାରତୀ ଡାଙ୍ଗ୍‌ରେଙ୍କ ଏକକ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି, ପୀଡିତାଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ପୀଡିତାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୁକ୍ତର ଉଦ୍ଦେଶ୍ୟ ନଥିଲା। ଏଭଳି ପରିସ୍ଥିତିରେ ଅଭିଯୁକ୍ତକୁ ଗିରଫ ପୂର୍ବରୁ ଜାମିନ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ମସିହା ନଭେମ୍ବର ୧ ତାରିଖରେ ପୀଡିତାଙ୍କ ପିତା ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଅଟୋ ଡ୍ରାଇଭର ଧନରାଜ ବାବୁ ସିଂ ରାଠୋର ତାଙ୍କ ୧୭ ବର୍ଷୀୟ ଝିଅକୁ ଯୌନ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ପୁଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲା। ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଅଭିଯୁକ୍ତ ଅଟୋରେ ପ୍ରତିଦିନ କଲେଜ ଯାଉଥିଲେ । ପରେ ଯେତେବେଳେ ସେ ଅଟୋରେ ଯିବା ବନ୍ଦ କରିଦେଲେ, ସେତେବେଳେ ଅଭିଯୁକ୍ତ ତାଙ୍କ ଝିଅର ପିଛା କରିବା ଆରମ୍ଭ କଲା। ନଭେମ୍ବର ୧, ୨୦୨୨ରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିଥିଲେ। ଅଭିଯୋଗ ହୋଇଥିଲା ଯେ, ଅଭିଯୁକ୍ତ ପୀଡିତାଙ୍କୁ ନିଜ ବାଇକରେ ବସାଇ ଛାଡ଼ିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲା, କିନ୍ତୁ ପୀଡିତା କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସି ତାଙ୍କ ଘରେ ପହଞ୍ଚିଥିଲେ। ଏହା ପରେ ଝିଅର ବାପା ଅଭିଯୋଗ କରିଥିଲେ।

- Advertisement -

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଏହା ଯୌନ ନିର୍ଯ୍ୟାତନା ମାମଲା ନୁହେଁ। କାରଣ ଅଭିଯୁକ୍ତ ଯୌନ ନିର୍ଯ୍ୟାତନା ଉଦ୍ଦେଶ୍ୟରେ ପୀଡିତାଙ୍କ ହାତ ଧରି ନଥିଲା। ଏଭଳି ପରିସ୍ଥିତିରେ ଅଭିଯୁକ୍ତ ଜାମିନ ପାଇବାକୁ ହକଦାର। ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହିତ କୋର୍ଟ ତାଙ୍କୁ ଚେତାବନୀ ଦେଇଛନ୍ତି ଯେ, ଭବିଷ୍ୟତରେ ସେ ଏଭଳି କୌଣସି କାର୍ଯ୍ୟ କରିବେ ନାହିଁ, ନଚେତ୍ ତାଙ୍କୁ ଦିଆଯାଇଥିବା ଜାମିନ ପ୍ରତ୍ୟାହାର କରାଯିବ।

 

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories