www.samajalive.in
Wednesday, December 10, 2025
26.1 C
Bhubaneswar

ଜୀବନ ଜିଇଁବାର ଢଙ୍ଗ ବଦଳାଇଦେବ ୫ଜି: ଆକାଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ ୫ଜି ପ୍ରଯୁକ୍ତିରେ ଭାରତୀୟଙ୍କ ଜୀବନ ଜିଇଁବାର ଢଙ୍ଗ ବଦଳାଇପାରିବାର ଶକ୍ତି ରହିଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତୀ ୱେବିନାର୍‌କୁ ସମ୍ବୋଧିତ କରି ଆକାଶ ଏହା କହିଛନ୍ତି । ମଙ୍ଗଳବାର ଏହି ୱେବିନାର୍‌କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ ।
ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ସାରା ବିଶ୍ୱର ସବୁଠୁ ବଡ଼ ୫ଜି ଶୁଭାରମ୍ଭ ଥିଲା ବୋଲି ଆକାଶ ଅମ୍ବାନି କହିଛନ୍ତି । ମାତ୍ର ୫ ମାସ ଭିତରେ ଜିଓ ପକ୍ଷରୁ ପ୍ରାୟ ୪୦ ହଜାର ଟାୱାର ସାଇଟ୍‌ସରେ ୨.୫ ଲକ୍ଷ ୫ଜି ସେଲ୍‌ସ ଲଗାଯାଇଛି । ରିଲାଏନ୍ସ ଜିଓର ଏହି ବଡ଼ ଭିତିଭୂମି ଦ୍ୱାରା ପରିଚାଳିତ କଂପାନିର ଟ୍ରୁ-୫ଜି ସେବା ୨୭୭ ସହରରେ ପହଂଚିଛି । ଆକାଶ ଅମ୍ବାନି ସ୍ପଷ୍ଟ କରିଛନ୍ତି ଯେ ୨୦୨୩ ସୁଦ୍ଧା ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବା ସବୁ ତାଲୁକା, ସବୁ ସହର ଏବଂ ସବୁ ଗାଁରେ ଉପଲବ୍ଧ ହେବ ।
ବିଭିନ୍ନ କ୍ଷେତ୍ରରେ ୫ଜି ପ୍ରଯୁକ୍ତି କିଭଳି ବ୍ୟବହାର ହୋଇପାରିବ ଏବଂ ଆମ ଜୀବନ ଉପରେ ତାହାର କ’ଣ ପ୍ରଭାବ ରହିବ ସେ ସମ୍ପର୍କରେ ଆକାଶ ଅମ୍ବାନି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଗେମିଂଠାରୁ ସ୍ମାର୍ଟ ସିଟି ପର୍ଯ୍ୟନ୍ତ ୫ଜିର ଉପଯୋଗିତା ବିଷୟରେ ସେ ପ୍ରକାଶ କରିଥିଲେ । ଆକାଶ କହିଛନ୍ତି ଯେ ୫ଜିର ଲାଭ ହାସଲ କରିବା ଲାଗି ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories