www.samajalive.in
Monday, December 8, 2025
20.1 C
Bhubaneswar

ବିଶାଲ ଦଦଲାନୀ ଦୁର୍ଘଟଣାର ଶିକାର, ବାତିଲ କଲେ କନ୍‌ସର୍ଟ

ମୁମ୍ବଇ: ବଲିଉଡ଼ ସଙ୍ଗୀତ ନିର୍ଦେଶକ ବିଶାଲ ଦଦଲାନୀ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆହତ ହେବା କାରଣରୁ ପୁଣେରେ ହେବାକୁ ଥିବା ତାଙ୍କ ଶୋ’ ତାଙ୍କୁ ବାତିଲ କରିବାକୁ ପଡ଼ିଛି। ମାର୍ଚ୍ଚ ୨ରେ ଏହି ଶୋ’ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବାତିଲ କରାଯାଇଛି। ଏହି କନସର୍ଟରେ ତାଙ୍କ ସହ ଶେଖର ରଭଜିଆନି ମଧ୍ୟ ସଙ୍ଗୀତ ପରିବେଷଣ କରିଥା’ନ୍ତେ।

ବିଶାଲ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ପ୍ରଶଂସକଙ୍କୁ ଏନେଇ ସୂଚନା ଦେଇଛନ୍ତି। ତେବେ ସେ ତାଙ୍କ ଆଘାତ ସମ୍ପର୍କରେ କୌଣସି ବିଶେଷ ସୂଚନା ଦେଇନାହାନ୍ତି। ସେ ଲେଖିଛନ୍ତି, ‘‘ମୋର ଛୋଟ ଦୁର୍ଘଟଣା ହୋଇଯାଇଛି। ଖୁବଶୀଘ୍ର ମୁଁ ଫେରିବି। ମୁଁ ଆପଣ ସମସ୍ତଙ୍କୁ ଅପଡେଟ୍‌ ଦେଉଥିବି।’’ ଦୁର୍ଘଟଣା ଖବର ଶୁଣିବା ପରେ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ବିଶାଲଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

- Advertisement -

କନସର୍ଟ ଆୟୋଜନ କରୁଥିବା ‘ଜଷ୍ଟ ଅର୍ବନ’ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛି। ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ବିଶାଲ ଦଦଲାନୀଙ୍କ ଚିକିତ୍ସା ଚାଲିଛି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏଥିସହ ଖୁବଶୀଘ୍ର ଏହି କନସର୍ଟ ତାରିଖ ପୁନଃ ସ୍ଥିର କରାଯିବ ବୋଲି ଆୟୋଜକମାନେ ଆଶ୍ୱାସନା ଦେଇଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories