ଅଜଣା ବୋଲେରୋ ଧକ୍କାରେ ଶିକ୍ଷକ ଗୁରୁତର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ବୁଡ଼ାଗୁଡା ସେବାଶ୍ରମ ନିକଟରେ ଜଣେ ଶିକ୍ଷକଙ୍କୁ ଅଜଣା ବୋଲେରୋ ଧକ୍କା ଦେଇ ଫେରାର ହୋଇଯାଇଛି। ଫଳରେ ଶିକ୍ଷକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ମଧ୍ୟାହ୍ନ ସମୟରେ ଶିକ୍ଷକ ଅମିତ କୁମାର ପ୍ରଧାନ( ୫୪) ବିଦ୍ୟାଳୟରୁ ଘରକୁ ଯାଉଥିବା ବେଳେ ପଛ ପାର୍ଶ୍ୱରୁ ଏକ ଅଜଣା ବୋଲେରୋ ବୁଡ଼ାଗୁଡା ସେବାଶ୍ରମ ନିକଟରେ ତାଙ୍କୁ​‌ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଶିକ୍ଷକ ଜଣକ ରାସ୍ତାରେ ପଡ଼ି ରହିଥିଲେ। ସେହି ରାସ୍ତାଦେଇ ଆସୁଥିବା ଭ୍ରାମ୍ୟମାଣ ଗାଡ଼ିରେ ଗୁରୁତର ଶିକ୍ଷକଙ୍କୁ ଉଦ୍ଧାର କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିକ୍ଷକଙ୍କ ଆବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ଏମକେସିଜି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଶିକ୍ଷକଙ୍କ ଘର ଗୁଣୁପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଶିରିପୁର ଏସଏସଡି ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।

Comments are closed.