www.samajalive.in
Sunday, December 7, 2025
14.1 C
Bhubaneswar

ଛେଳି ଚୋର କାବୁ ; ବୋଲେର, ପିକ୍ଅପ ସହିତ ବାଇକ୍ ଜବତ

ଫୁଲବାଣୀ/ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ଛେଳି ଚୋରି ଘଟଣା ସାଧାରଣ ହୋଇଯାଇଛି। ଏହି ଛେଳି ଚୋରକୁ ନେଇ ସମଗ୍ର ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବହୁ ଚାଷୀ ଛେଳିଚୋରକୁ ରୋକିବା ପାଇଁ ଏବେ ରାତ୍ର ଉଜାଗର ମଧ୍ୟ ରହିବାକୁ ବାଧ୍ୟ ହେଉଛନ୍ତି। ତୁମୁଡ଼ିବନ୍ଧ ବ୍ଲକର ଗାଁ ଗହଳିରେ ପ୍ରାୟଲୋକ ଛେଳି ପାଳନ କରିଥାନ୍ତି। ଏଥିରୁ ଯଥେଷ୍ଟ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି। ତେବେ ଗାଁ ଗହଳିର ନିରିହ ଜନସାଧାରଣଙ୍କ ସରଳତାର ଯଥେଷ୍ଟ ଫାଇଦା ମଧ୍ୟ ଉଠାନ୍ତି ଚୋର ମାନେ। ଥାନା କୋର୍ଟ କଚେରିର ଝାମଲା ଭିତରେ କିଏ ପସିବ କହି ପ୍ରାୟ ଲୋକ ଛେଳି ଚୋରି ହେଲେ ମଧ୍ୟ ନିଜ ଉଦ୍ୟମରେ ଖୋଜାଖୋଜି କରି ଛେଳି ନମିଳିଲେ ଚୁପ ରହିଯାଉ ଥିବା ନଜିର ରହିଛି। ଏହି ସବୁଥିରୁ ଚୋର ମାନଙ୍କୁ ଚୋରି କରିବାପାଇଁ ସାହସ ମିଳୁଥିବା କୁହାଯାଏ। ୪ରୁ୫ ଦିନ ତଳେ ଛେଳିଚୋରି ମାମଲାରେ ଜେଲ ଯାଇଥିବା ଅପରାଧି ବେଲରେ ନ ଆସୁଣୁ ପୁଣି ଆଜି ରବିବାର ଦିନ ଘଟିଥିବା ଏକ ଛେଳି ଚୋରି ଘଟଣାରୁ ଏହି ସମସ୍ତ ବିଷୟ ସ୍ପଷ୍ଟ ବାରି ହୋଇଛି।

ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୧୨ଟା ସମୟରେ ଏକ ନକଲି ନଂମ୍ବର ଥିବା ବୋଲେର ପିକ୍ଅପ୍ ଧରି ଚାରି ଜଣ ଚୋର ଛେଳି ଚୋରି କରିବା ଉଦ୍ୟମ କରୁଥିବା ବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ ପଂଚାୟତର ମାଡାସୁପାଜୁ ଗ୍ରାମବାସୀ ଏହି ଚୋର ମାନଙ୍କୁ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ରାତ୍ର ତମାମ୍ ଏହି ଚୋର ମାନଙ୍କୁ ଶିକ୍ଷାଦେବା ପାଇଁ ଗ୍ରାମ ମଝିରେ ଏକ ଖୁଣ୍ଡରେ ମଧ୍ୟ ବାନ୍ଧି ରଖିଥିବାର ଦେଖାଯାଇଛି। ଏନେଇ ଆଜି  ସକାଳେ ତୁମୁଡ଼ିବନ୍ଧ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ସେଠାରେ ପହଞ୍ଚିବା ପରେ ଗିରଫ ଅଟକ ରଖିଥିବା ମାନଙ୍କୁ ପୁଲିସ୍ କବଜା ଦେଇଥିବା ପ୍ରକାଶ। ଏହି ମାମଲାରେ ପୁଲିସ୍ ଏକ ମାମଲା ରୁଜୁକରି ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମର ତୁମୁ ନାୟକ (୨୪), ମ.ରାମପୁର ବ୍ଲକ ଅନ୍ତର୍ଗତ କୁଟେଡପାଟା ଗ୍ରାମର ରବି ନାୟକ (୨୬), ଶୁସିଲ ନାୟକ (୩୦) ଏବଂ ଖଲିଆମୁଣ୍ଡା ଗ୍ରାମର ଦୁସମନ୍ତ ମାଝୀ (୨୧) ଙ୍କୁ ଗିରଫ କରିବା ସହ ଏକ ନକଲି ନମ୍ବର ଥିବା ବୋଲେର ପିକ୍ଅପ୍ ଜବତ କରିବା ସହିତ ଏକ ବାଇକ୍ ମଧ୍ୟ ଜବତ କରିଥିବା ଥାନା ଅଧିକାରୀ ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories