ବଲାଙ୍ଗିର: ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଛକରେ ଶିବରାମ ପଣ୍ଡାଙ୍କର ପତଞ୍ଜଳି ଦୋକାନ ରହିଛି। ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ସେ ଦୋକାନର ସଟର୍ ପକାଇବା ସହ ତାଲା ମାରି ଘରକୁ ଯାଇଥିଲେ। ବୁଧବାର ସକାଳେ ତାଙ୍କ ଦୋକାନ ସମ୍ମୁଖରେ ନିୟମିତ ବସାଉଥିବା ଉଠା ପରିବା ଦୋକାନୀ ଫୋନ କରି ଶିବରାମଙ୍କୁ କହିଥିଲେ ଯେ ଦୋକାନ ଖୋଲା ରହିଛି। ସାଢେ ୬ଟା ବେଳେ ଶିବରାମ ଆସି ଦେଖିଲା ବେଳକୁ ସଟର୍ରୁ ୨ଟି ତାଲା ଭଙ୍ଗା ଯାଇଛି। ତାଙ୍କ କହିବା ଅନୁସାରେ, ଦୋକାନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରହିଥିଲା। ଏଥିସହିତ ବୁଧୁବାର ଅଧିକ ସାମଗ୍ରୀ ଆସିବାର ଥିଲା। ତେଣୁ ସେ ଦୋକାନରେ ୨ ଲକ୍ଷ ଟଙ୍କା ରଖିଥିବା କହିଛନ୍ତି ଶିବରାମ। ସହରାଞ୍ଚଳ ଥାନାରେ ଏସଂପର୍କରେ ସେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ୍ ଦଳକୁ ମଧ୍ୟ ଡକା ଯାଇଥିଲା ଆବଶ୍ୟକୀୟ ନମୂନା ସଂଗ୍ରହ ପାଇଁ। ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ଶ୍ରୀମତୀ ରାଉତରାୟ।
Popular Categories



