www.samajalive.in
Wednesday, December 10, 2025
26.1 C
Bhubaneswar

ରାସ୍ତା କଡ଼ ଦୋକାନକୁ ପିଟିଲା ଟ୍ରକ: ବିଦ୍ୟୁତ ସେବା ବ୍ୟାହତ, ଥାନାରେ ଗାଡି ଅଟକ

ବଲାଙ୍ଗିର: ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମାଲ ବୋଝେଇ ଟ୍ରକ ଶାନ୍ତିପଡ଼ା ଛକ ରାସ୍ତା କଡ଼ରେ ଥିବା ଦୋକାନ ସହ ବିଦ୍ୟୁତ ଘୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିଥିଲା। ସହରାଞ୍ଚଳ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଥାନାରେ ଅଟକ ରଖିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବୁଧୁବାର ଭୋର ପ୍ରାୟ ୩ଟା ସମୟରେ ଶାନ୍ତିପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି। ସିଜି୦୪ଏନ୍‍ଏମ୍‍ ୫୫୮୯ ନମ୍ବର ମାଲ ବୋଝେଇ ଟ୍ରକଟି ବଲାଙ୍ଗିର ପଟକୁ ଦ୍ରୁତ ଗତିରେ ଆସୁଥିବା ବେଳେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ବିଦ୍ୟୁତ ଖୁଣ୍ଟ ପଡ଼ିଯିବା ସହ ୫ଟି ଦୋକାନର ସମ୍ମୁଖ ଭାଗ ପୂରା ଚୁରମାର ହୋଇଯାଇଥିଲା ଟ୍ରକ ଧକ୍କାରେ। ପୁଲିସ ପେଟ୍ରୋଲିଂ ଟିମ୍‍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ସହ ଟ୍ରକକୁ ଥାନାକୁ ଆଣିଥିଲେ। ଚାଳକକୁ ବି ପୁଲିସ ସହରାଞ୍ଚଳ ଥାନାରେ ଅଟକ ରଖିଛି। ବିଦ୍ୟୁତ ଖୁଣ୍ଟ ପ୍ରଭାବିତ ହେବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ବୁଧୁବାର ସକାଳେ ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ନୂଆ ବିଦ୍ୟୁତ ଖୁଣ୍ଟ ଲଗାଇବା ପରେ ଅପରାହ୍ନରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା। ସହରାଞ୍ଚଳ ପୁଲିସ ଏହି ମାମଲାରେ ଯାଞ୍ଚ କରୁଥିବା ଜଣାପଡ଼ିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories