ଭୁବନେଶ୍ୱର – କେନ୍ଦ୍ର ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରେଳ ବଜେଟରେ ଓଡ଼ିଶା ପାଇଁ ଅନୁଦାନ ଘୋଷଣା କରିଛନ୍ତି । ଏଥିରେ ଖୋର୍ଦ୍ଧା ବଲାଙ୍ଗୀର ପାଇଁ ୮୯୧ କୋଟି ଟଙ୍କା ଘୋଷଣା କରାଯାଇଛି । ସମ୍ବଲପୁର ଟିଟିଲାଗଡ ପାଇଁ ୭୯ କୋଟି ୫୦ ଲକ୍ଷ , ସମ୍ବଲପୁର ତାଳଚେର ପାଇଁ ୧୭୨ କୋଟି ୫୦ ଲକ୍ଷ, ବାଂଶପାଣି- ଦୈତାରୀ-ଟମକା-ୟଖପୁରା ପାଇଁ ୩ଶହ କୋଟି ,ଅନୁଗୁଳ ସୁକିନ୍ଦା ପାଇଁ ୪୭୫ କୋଟିଟଙ୍କା , ଭଦ୍ରକ ନିର୍ଗୁଣ୍ଡି ପାଇଁ ୩୫୧ କୋଟି ଟଙ୍କା , ହରିଦାସପୁର ପାରାଦୀପ ପାଇଁ ୮୫ କୋଟି ଟଙ୍କା ଘୋଷଣା କରାଯାଇଛି ।
ହରିଦାସପୁର-ପାରାଦୀପ ଲାଇନ ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ ଲାଇନ ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ, ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୮୧ କୋଟି , ନୌପଡ଼ା-ଗୁଣପୁର-ଥେରୁବାଲି ପାଇଁ ୧୦ କୋଟି, ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ଲାଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୧୬୪ କୋଟି , ସମ୍ବଲପୁର-ଟିଟିଲାଗଡ଼ ଲାଇନ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୩ ଶହ କୋଟି, ସମ୍ବଲପୁର-ତାଳଚେର ଲାଇନ ପାଇଁ ୧୭୨ କୋଟି ୫୦ ଲକ୍ଷ , ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି ଟଙ୍କା ଅର୍ଥରାଶି ମଞ୍ଜୁର କରାଯାଇଛି ।



