www.samajalive.in
Sunday, December 14, 2025
26.1 C
Bhubaneswar

ଜେସିୟୁରେ ଓଡ଼ିଆ ଝିଅ ପ୍ରତିଶାଙ୍କୁ ୨ଟି ସ୍ୱର୍ଣ୍ଣ

ବଲାଙ୍ଗିର: ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଜେସିୟୁ)ରେ ପଢୁଥିବା ବଲାଙ୍ଗିରର ଝିଅ ପ୍ରତିଶା ମିଶ୍ର ବ୍ୟାଚ୍‌ ଶ୍ରେଷ୍ଠ ହେବା ସହ ବିଶ୍ୱବିଦ୍ୟାଳୟର (ଟପ୍ପର) ହୋଇଛନ୍ତି । ଏଥିସହିତ ୨ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ପ୍ରତିଶା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ପାଠ ପଢି ପିଜି(ସ୍ନାତକୋତ୍ତର) ପାଇଁ ଚେଷ୍ଟା କରିଥିଲେ । ସେ ଦେଶର ୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସିୟୁଇଟି ପରୀକ୍ଷା ଦେଇଥିଲେ । କୌଣସି କୋଚିଂ(ତାଲିମ୍‌) ନେଉ ନଥିବା ପ୍ରତିଶା ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗଣିତରେ ନାମ ଲେଖାଇଥିଲେ । ତାଙ୍କ ବ୍ୟାଚ୍‌ରେ ଦେଶର ବିଭିନ୍ନ ପ୍ରାନ୍ତରରୁ ୨୮ଜଣ ଛାତ୍ରଛାତ୍ରୀ ଥିଲେ ।

ଶେଷ ପରୀକ୍ଷାରେ ସମସ୍ତଙ୍କଠାରୁ ଅଧିକ ମାର୍କ ରଖି ବ୍ୟାଚ୍‌ ଟପ୍ପର ହୋଇଥିଲେ । ବଲାଙ୍ଗିର ତାଲପାଲିପଡ଼ାରେ ରହୁଥିବା ଡା.ସୁଧୀର ରଞ୍ଜନ ମିଶ୍ର ଓ ଶୁଭାମୟୀ ମିଶ୍ରଙ୍କ ଝିଅ ହେଉଛନ୍ତି ପ୍ରତିଶା । ପ୍ରତିଶା ପିଲାବେଳୁ ଗଣିତରେ ଦୁର୍ବଳ ଥିଲେ । ହେଲେ ମା’ଙ୍କ ତତ୍ୱାବଧାନରେ ପାଠପଢ଼ି ସେ ଆଜି ଗଣିତରେ ଟପ୍ପର ହୋଇଥିବା କହିଛନ୍ତି । ଗୋଟିଏ ବ୍ୟାଚ୍‌ ଟପ୍ପର ପାଇଁ ସ୍ୱର୍ଣ୍ଣପଦକ ଓ ବିଶ୍ୱବିଦ୍ୟାଳୟରେ ଟପ୍ପର ହୋଇଥିବା ଚାନ୍‌ସେଲର୍‌ ସ୍ୱର୍ଣ୍ଣପଦକ ପ୍ରତିଶା ପାଇଛନ୍ତି । ଆଗାମୀ ଦିନରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories