www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା; ତଦନ୍ତ ପାଇଁ କଂଗ୍ରେସ ପକ୍ଷରୁ ଦାବୀ ପତ୍ର

ବୋଲଗଡ : ରାଜ୍ୟରେ ଏକ ନମ୍ବର ଜିଲ୍ଲାର ମାନ୍ୟତା ପାଇଥିବା ଖୋର୍ଦ୍ଧା ଜିଲ୍ଲା କାଗଜ ପତ୍ରରେ ୧ନଂ ହୋଇଥିବାବେଳେ ବାସ୍ତବତା ସହିତ ଏହାର କୈାଣସି ସମ୍ପର୍କ ନଥିବା ତାର ୧ନଂ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତ କୈାଣସି ଉପାନ୍ତ ଅଞ୍ଚଳ ହୋଇନଥିବାବେଳେ ଏଠାରେ ବସବାସ କରୁଥିବା ସାଧାରଣ ଜନତା ଖଣ୍ଡିଏ ଇନ୍ଦିରା ଆବାସ ବା ବିଜୁ ପକ୍କାଘର ପାଇଁ କେତେ ଦହଗଞ୍ଜ ହେଉଛନ୍ତି ତାହା ଜଣେ ସ୍ୱଚକ୍ଷ୍ୟୁରେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ। ସରକାରୀ କଳର ଅପାରଗତା ହେଉ କି ଶାସକ ଦଳର କିଛି ମୁଷ୍ଠିମେୟ ରାଜନେତା ସବୁ କିଛି ଆବୁରି ନେଇଥିବାର ଅଭିଯୋଗ ମଧ୍ୟ ରହିଛି।
ସୂଚନାରୁ ଜଣାଯାଏ, ସୋମବାର କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ବୋଲଗଡ ବ୍ଲକ ମାଣିବନ୍ଧ ପଞ୍ଚାୟତର ବଡପଦର, ସାମନ୍ତରାପୁର, ମଙ୍ଗରାଜପୁର, ଏକଡାଳିଆ, ବଡନୟାପଲ୍ଲୀ, ଛାମୁଣ୍ଡିଆପଲ୍ଲୀ ଗ୍ରାମର ଶତାଧିକ କଂଗ୍ରେସ କର୍ମୀ ସମ୍ମିଳିତ ହୋଇ ମାଣିବନ୍ଧ ପଞ୍ଚାୟତରେ ଇନ୍ଦିରା ଆବାସ ବଣ୍ଟନରେ ହେଉଥିବା ଚଞ୍ଚକତାର ତଦନ୍ତ ପାଇଁ ବୋଲଗଡ ବିଡିଓ ଧୋବେଇ ନାଏକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲିଷ୍ଟର ସବାଗ୍ରେ ଥିବା ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାନଯାଇ ଲିଷ୍ଟର ନିମ୍ନରେ ଥିବା ହିତାଧିକାରୀ କାର୍ଯ୍ୟାଦେଶ ପାଇବା, ବହୁ ଆର୍ଥିକ ସ୍ୱଛଳବର୍ଗର ଲୋକ ହାତଗୁଞ୍ଚା ଦେଇ କାର୍ଯ୍ୟାଦେଶ ହାତେଇବା ଏବଂ ଜରୁରୀ ଭାବେ ଆବଶ୍ୟକ କରୁଥିବା ସାଧାରଣ ଲୋକଟିର ଆବାସ ଯୋଜନାରେ ସାମିଲ ନକରିବାକୁ ନେଇ ବ୍ଲକ ପ୍ରଶାସନର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ସାହୁ, ରମେଶ ମହାରଣା, ସୁଶାନ୍ତ ବିଧାର, କାର୍ତ୍ତିକ ବରାଡ, ବିଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ବିଡିଓ ଧୋବେଇ ନାଏକ ନିଜେ କାର୍ଯ୍ୟାଦେଶଗୁଡିକର ସ୍ୱତନ୍ତ୍ରଭାବେ ଯାଞ୍ଚ କରିବାକୁ ସମ୍ମତି ପ୍ରଦାନ କରିଥିବାବେଳେ ଆଗାମୀ ୧୫ ଦିନ ମଧ୍ୟରେ ଏହାର ବିଧିବଦ୍ଧ ତଦନ୍ତ କରାନଗଲେ ମାଣିବନ୍ଧ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ କର୍ମୀ ପବିତ୍ର ମୋହନ ବଳିୟାରସିଂହ ଚେତାବନି ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories