କଟକ : ଆସନ୍ତା ୧୨ ତାରିଖରେ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ । ମାଲକାନଗିରି ପଡିଆ ସ୍କୁଲରୁ ଓଏମଆର୍ ସିଟ୍ ଗାଏବ ଘଟଣା ଓ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କିତ ଏହି ବୈଠକରେ ନିଷ୍ପତ୍ତି ହେବ । ଏହା ସହ ତିନୋଟି ସ୍କୁଲରେ ପରୀକ୍ଷା ବାତିଲ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ହିଁ ବିଭ୍ରାଟ ଦେଖିବାକୁ ମିଳିଥିବା । ସଂସ୍କୃତ ପ୍ରଶ୍ନପତ୍ରକୁ ଛାଡି ଅନ୍ୟ ସମସ୍ତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ମାଲକାନଗିରି ପଡିଆ ସ୍କୁଲରୁ ଓଏମଆର୍ ସିଟ୍ ଗାଏବ ହୋଇଥିବା ଘଟଣା ସମ୍ନାକୁ ଆସିଥିଲା । ଏହା ସହ ତିନୋଟି ସ୍କୁଲରେ ପରୀକ୍ଷାକୁ ବାତିଲ କରାଯାଇଥିଲା।



